ସିଏମ୍‌ସି ଅଞ୍ଚଳରୁ ଆଉ ୧୨୫

କଟକ ଅଫିସ,୨୫।୮: କଟକ ମହାନଗର ନିଗମରୁ ମଙ୍ଗଳବାର ୧୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୩୪ କୁମ୍ଭାରସାହି କଣ୍ଟେନ୍‌ମେଣ୍ଟ ଅଞ୍ଚଳର ଥିବା ବେଳେ ୨୪ଜଣ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌, ୩୩ ହୋମ୍‌ କ୍ୱାରାଣ୍ଟାଇନ୍‌ ଏବଂ ୩୪ଜଣ ଲୋକାଲ କେସ୍‌ ରହିଛି। ଏoହାକୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୬୫୩କୁ ବୃଦ୍ଧି ପାଇଛି। ତନ୍ମଧ୍ୟରୁ ୨୨୦୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୨୮ ଆକ୍ଟିଭ କେସ୍‌ ରହିଛି। ସେହିଭଳି ୨୧ଜଣଙ୍କ ମୃତ୍ୟୁ ଘଟିଥିବା ସିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share