Categories: ବାଣିଜ୍ୟ

ଏପ୍ରିଲରେ ୧୨,୫୯୦ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୧୬ା୫: ଭାରତର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ସୋନାଲିକା ୨୦୨୩-୨୪ ଆର୍ଥିକ ବର୍ଷ ଆରମ୍ଭରୁ ନୂତନ ରକର୍ଡ ସହ ପୂର୍ବ ବର୍ଷର ସମାନ ବିକ୍ରୟ ଧାରା ବଜାୟ ରଖିଛି। ଏପରିକି ୨୦୨୩ ଏପ୍ରିଲରେ ସୋନାଲିକା ମୋଟ ୧୨,୫୯୦ ୟୁନିଟ ଟ୍ରାକ୍ଟର ବିକ୍ରି କରିଛି, ଯାହା କୃଷକ ସମୁଦାୟ ମଧ୍ୟରେ ବ୍ରାଣ୍ଡ୍‌ର ଦ୍ରୁତ ବେଗରେ ବଢୁଥିବା ପସନ୍ଦକୁ ସୂଚିତ କରୁଛି। ଏହି ଅସାଧାରଣ ପ୍ରଦର୍ଶନ ଯୋଗୁ କମ୍ପାନୀ ଟ୍ରାକ୍ଟର ଶିଳ୍ପରେ ୧.୯%ର ବଜାର ଅଂଶ ହାସଲ କରିଛି। ବିଶେଷ କରି କୃଷକଙ୍କ ଚାହିଦାକୁ ଗୁରୁତ୍ୱ ଦେବା ଏବଂ ସେହି ଅନୁଯାୟୀ ଅତ୍ୟାଧୁନିକ ଟେକ୍ନୋଲୋଜିର ନିରନ୍ତର ବିକାଶ କରିବା ପ୍ରତି ସୋନାଲିକାର ଆଭିମୁଖ୍ୟ ଏବଂ କମ୍ପାନୀର ଅଭିବୃଦ୍ଧିକୁ ବିସ୍ତାର କରୁଛି। ସେହିଭଳି ଗବେଷଣା ଓ ଉଦ୍ଭାବନ ପ୍ରକ୍ରିୟା ସମେତ କୃଷକଙ୍କ ସହ ତୃଣମୂଳ ସ୍ତରରେ ସଂଯୋଜିତ ହେବା ଉପରେ କମ୍ପାନୀର ଉଦ୍ଦେଶ୍ୟମୂଳକ ଧ୍ୟାନ ଏହାକୁ ବେଶ ଶକ୍ତିଶାଳୀ ଇଞ୍ଜିନ୍‌ ସହ ବିସ୍ତୃତ ରେଞ୍ଜର ଟ୍ରାକ୍ଟର, ଇଣ୍ଟେଲିଜେଣ୍ଟ ଟ୍ରାନ୍ସମିଶନ ଓ ହାଇଡ୍ରାଓଲିକ୍ସଗୁଡିକୁ ଡିଜାଇନ୍‌ କରିବାକୁ ସକ୍ଷମ କରିଛି। ଏ ସମ୍ପର୍କରେ ଇଣ୍ଟରନ୍ୟାଶନାଲ ଟ୍ରାକ୍ଟର୍ସ ଲିମିଟେଡର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ରମଣ ମିତ୍ତଲ କହିଛନ୍ତି, ୨୦୨୩ ଏପ୍ରିଲରେ ଆମେ ୧୨,୫୯୦ଟି ଟ୍ରାକ୍ଟର ବିକ୍ରି କରିଛୁ। ଏପରିକି ଏକ ଉତ୍ସାହଜନକ ଆରମ୍ଭ ସହିତ ନୂଆ ଆର୍ଥିକ ବର୍ଷରେ ପ୍ରବେଶ କରିଛୁ। ଫଳରେ ଆମର ମଜଭୁତ ମୂଳଦୁଆ ସହ ଉନ୍ନତ ପ୍ରକ୍ରିୟା ଓ ଉପତ୍ାଦ ପୋର୍ଟଫୋଲିଓ ମାଧ୍ୟମରେ ଅଧିକ ଲାଭ ହାସଲ କରିବାର ଅନୁଭବ ଆନନ୍ଦଦାୟକ ହୋଇପାରିଛି। ସେହିଭଳି ଆମେ ୧.୯%ର ସର୍ବୋଚ୍ଚ ବଜାର ଅଂଶ ସହ ନୂଆ ଆର୍ଥିକ ବର୍ଷକୁ ଟାର୍ଗେଟ କରିବା ଏବଂ ଉତ୍କର୍ଷତାରୁ ଆଗକୁ ବଢିବା ଲାଗି ଏକ ପ୍ରାରମ୍ଭିକ ପଦକ୍ଷେପ ଭାବେ ବେଗ ଧାର୍ଯ୍ୟ କରୁଛୁ। ଉଲ୍ଲେଖଯୋଗ୍ୟ ସୋନାଲିକା ୨୦୨୩-୨୪ ଆର୍ଥିକ ବର୍ଷରେ କୃଷକଙ୍କୁ ଖୁସି କରିବା ପାଇଁ ଉତ୍କୃଷ୍ଟମାନର ଉପତ୍ାଦ ଓ ସେବା ପ୍ରଦାନ କରିବା ଲାଗି ପ୍ରସ୍ତୁତ ରହିଛି।

Share