ବଲାଙ୍ଗୀର ଅଫିସ,୨୮ା୬-ସ୍ବତନ୍ତ୍ର ଟ୍ରେନ ଯୋଗେ ତିରୁପତିରୁ ବଲାଙ୍ଗୀର ରେଳ ଷ୍ଟେସନରେ ରବିବାର ୧୨୬୩ ପ୍ରବାସୀ ଶ୍ରମିକ ପହଞ୍ଚିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ସେଠାରେ ପୂର୍ବରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲାର ୫୭୧ ଜଣ ଶ୍ରମିକ, ବରଗଡ ଜିଲାର ୨୨, କଲାହାଣ୍ଡି ଜିଲାର ୧୫୦, ନବରଙ୍ଗପୁର ଜିଲାର ଜଣେ, ନୂଆଁପଡା ଜିଲାର ୫୧୭ ଓ ସମ୍ବଲପୁର ଜିଲାର ୨ ଜଣ ଶ୍ରମିକ ଓହ୍ଲାଇଛନ୍ତି। ବଲାଙ୍ଗୀର ରେଳଷ୍ଟେଶନରୁ ଉକ୍ତ ଶ୍ରମିକମାନଙ୍କୁ ବସ୍ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଅଭିମୁଖେ ପଠାଇ ଦିଆଯାଇଛି।