ଗଣଦୌଡ଼ରେ ଭାଗନେଲେ ୧୨୭ ପ୍ରତିଯୋଗୀ

ଢେଙ୍କାନାଳ,୧୪ା୮(ରତନ ନାୟାର): ସାଧ୍ୱୀନତା ଦିବସ ପାଳନ ପୂର୍ବରୁ ସୋମବାର ଢେଙ୍କାନାଳ ସହରରେ ବନ ବିଭାଗ ପକ୍ଷରୁ ଜିଲା ପୋଲିସ ବିଭାଗର ମିଳିତ ସହଯୋଗରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଛ। ସ୍ଥାନୀୟ ମିନି ଷ୍ଟାଡିୟମଠାରୁ ସକାଳ ୬ ଟାରେ ଏହି ଗଣଦୌଡ଼ ଆରମ୍ଭ ହୋଇଥିଲା। ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀ ଓ ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ ପତକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ସହର ମଧ୍ୟରେ ପ୍ରାୟ ୫ କିଲୋମିଟର ଧରି ଅନୁଷ୍ଠିତ ଏହି ଗଣଦୌଡ଼ରେ ୧୨୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ତନ୍ମଧ୍ୟରେ ୯୭ ଜଣ ସଂପୂର୍ଣ୍ଣ ଭାବେ ଦୌଡ଼ ପୂରା କରିଥିଲେ। ସେଥି ମଧ୍ୟରୁ ସଫଳତା ହାସଲ କରିଥିବା ପ୍ରଥମରୁ ୮ ପର୍ଯ୍ୟନ୍ତ ଯୁବତୀ/ଯୁବକଙ୍କୁ ମଙ୍ଗଳବାର ମୁଖ୍ୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ୭୭ତମ ଜିଲାସ୍ତରୀୟ ପରେଡ ଉତ୍ସବରେ ପୁରସ୍କୃତ କରାଯିବ। ପ୍ରାରମ୍ଭରେ ମିନି ଷ୍ଟାଡିୟମର ମୁଖ୍ୟ ଫାଟକ ତାଲା ଖୋଲିବାରେ ଅହେତୁକ ବିଳମ୍ବ ଯୋଗୁ କ୍ରୀଡ଼ାବିତ ଓ ଅତିଥିମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏନେଇ ଅନୁଧ୍ୟାନ କରାଯାଇ ଜିଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି ଅତିରିକ୍ତ ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଠାକୁରଙ୍କ ଜନ୍ମଦିବସରେ ବିଶ୍ୱ ଭାତୃତ୍ୱର ବାର୍ତ୍ତା

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ତାଳବରକୋଟସ୍ଥିତ ଡିଭାଇନ ୟୁନିଭରସିଟି ସତ୍‌ସଙ୍ଗ ପକ୍ଷରୁ ୧୪ ତାରିଖ ଦିନ ଶ୍ରୀଶ୍ରୀ ଠାକୁରଙ୍କର ଜନ୍ମ ଦିବସ କାର୍ଯ୍ୟକ୍ରମ...

ମାମଲା ରୁଜୁ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

ଢେଙ୍କାନାଳ,୧୮।୯(ରତନ ନାୟାର): ଢେଙ୍କାନାଳ ସହର ଉପକଣ୍ଠ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରେ ଜାଗୃତୀ-୧ନାମକ ଏକ ସର୍ଟଷ୍ଟେ ହୋମରୁ ୩ଜଣ ନାବାଳିକା ନିଖୋଜ ହେବା ଘଟଣା...

ଲାଞ୍ଚ ନେଉଥିଲେ ରାଜସ୍ବ ନିରୀକ୍ଷକ: ମାଡି ବସିଲା ଭିଜିଲାନ୍ସ

ଢେଙ୍କାନାଳ,୧୭।୯: ଓଡ଼ିଶା ଭିଜିଲାନ୍ସ ଗତ କିଛି ଦିନ ଧରି ଦୁର୍ନୀତିଗ୍ରସ୍ଥ ଅଧିକାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ସଦର...

କଲେଜ ନିକଟରେ ଚାଲିଗଲା ଯୁବକଙ୍କ ଜୀବନ, ଏନଏଚ ଉପରେ ମନ୍ତ୍ରୀଙ୍କୁ ଘେରିଲେ ଲୋକ, ଆଉ ତା’ ପରେ…

ଢେଙ୍କାନାଳ,୧୪।୯: ଢେଙ୍କାନାଳରେ କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ମହିଷାପାଟ ବାଇପାସ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି।...

ଭାଲୁକୁ ଟ୍ରାଙ୍କୁଲାଇଜର କରିବାକୁ ଯାଇ ନିଜେ ଟ୍ରାଙ୍କୁଲାଇଜ ହୋଇଗଲେ ବନ କର୍ମଚାରୀ

ଢେଙ୍କାନାଳ,୧୦ା୯(ରତନ ନାୟାର): ଢେଙ୍କାନାଳ ଜିଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ କଙ୍କଡ଼ାହାଡ଼ ସେକ୍ସନ କେରଜୋଳିଠାରେ ଉପଦ୍ରବ କରୁଥିବା ଏକ ଭାଲୁକୁ ମଙ୍ଗଳବାର ଅପରାହ୍ନରେ ଟ୍ରାଙ୍କୁଲାଇଜର କରାଯାଉଥିବା ବେଳେ...

୭ ମାସ ଧରି ୭ ଯୁବକ କରୁଥିଲେ ଗଣବଳାତ୍କାର: ରାତିଅଧରେ ଆସି ଯୁବତୀଙ୍କୁ ଛାତକୁ ଟେକି ନେଉଥିଲେ, ପରେ…

ଢେଙ୍କାନାଳ, ୯।୯: ଜଣେ ଯୁବତୀଙ୍କୁ ବଳାତ୍କାର ମାମଲାରେ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।...

କେନାଲ ଭିତରକୁ ମା’ ସହ ଖସିପଡ଼ିଲା ହାତୀଛୁଆ, ଜଗିରହିଲେ ହାତୀପଲ

ଢେଙ୍କାନାଳ,୩୧ା୮(ରତନ ନାୟାର):  ଢେଙ୍କାନାଳ ଜିଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାସୋଳ ସେକ୍ସନ ଲହଡ଼ାଠାରେ ସାପୁଆ ମୁଖ୍ୟ କେନାଲରେ ଶୁକ୍ରବାର ରାତିରୁ ଫସିଥିଲେ ମା’ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri