Categories: ଫୁରସତ

୧୨୭ ଘଣ୍ଟା ନାଚି ବିଶ୍ୱ ରେକର୍ଡ

ପୁଣେ: ନିକଟରେ ଜଣେ ୧୬ ବର୍ଷୀୟା ଯୁବତୀ ୧୨୭ ଘଣ୍ଟା ନାଚି ବିଶ୍ୱ ରେକର୍ଡ କରିଛନ୍ତି। ସେ ୫ ଦିନ ତାଙ୍କ କଲେଜ ଅଡିଟୋରିୟମ୍‌ରେ ନାଚି ଏହି ସଫଳତା ହାସଲ କରିଛନ୍ତି। ପଶ୍ଚିମ ମହାରାଷ୍ଟ୍ର ଲତୁର ଜିଲାର ୧୬ ବର୍ଷୀୟା ସୃଷ୍ଟି ସୁଧୀର ଜଗତାପ ଜଣିକିଆ ଡ୍ୟାନ୍ସ ମାରାଥନରେ ନାଚିଛନ୍ତି। ଗିନିଜ୍‌ ୱାଲର୍‌ଡ ରେକର୍ଡ ମୁତାବକ, ସୃଷ୍ଟି ମେ’ ୨୯ରୁ ନାଚିବା ଆରମ୍ଭ କରି ଜୁନ୍‌ ୩ରେ ଶେଷ କରିଥିଲେ। ସେ ଭାରତୀୟ ସଂସ୍କୃତିକୁ ଅଧିକ ଆଦୃତ କରିବାକୁ କଥକ ନୃତ୍ୟ ପରିବେଷଣ କରୁଥିଲେ। ଭାରତୀୟ ନୃତ୍ୟ କରିବା ତାଙ୍କ ସ୍ବପ୍ନ ଥିବା ସେ ଗିନିଜ୍‌ ୱାଲର୍‌ଡ ରେକର୍ଡକୁ କହିଛନ୍ତି। ସେ କିଛି ମାସ ହେବ ଏଥିପାଇଁ ଅଧିକ ପରିଶ୍ରମ କରୁଥିଲେ। ସେ ପ୍ରତିଦିନ ୪ ଘଣ୍ଟା ଧ୍ୟାନ, ୬ ଘଣ୍ଟା ନାଚ ଅଭ୍ୟାସ କରିବା ସହ ୩ ଘଣ୍ଟା ଅନ୍ୟ ବ୍ୟାୟାମ କରୁଥିଲେ। ସେ ରାତି ୧୦ଟାରେ ଶୋଇ ରାତି ୩ଟାରୁ ଉଠୁଥିଲେ। ସେ ଏହି ମାରାଥନରେ ପ୍ରତି ଘଣ୍ଟାରେ ତାଙ୍କୁ ୫ ମିନିଟ୍‌ର ବ୍ରେକ୍‌ ମିଳୁଥିଲା। ଏହା ପୂର୍ବରୁ ନେପାଳର ବନ୍ଦନା ନେପାଲ ୧୨୬ ଘଣ୍ଟା ନାଚି ୨୦୧୮ରେ ଏହି ରେକର୍ଡ ତାଙ୍କ ନାମରେ କରିଥିଲେ। ସୃଷ୍ଟି ତାଙ୍କ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ କରିଛନ୍ତି।

Share