CORONAVIRUS UPDATE: ରାଜ୍ୟରୁ ଆଜି ୩,୮୬୧ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ବୃଦ୍ଧି

ଭୁବନେଶ୍ୱର,୭ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୩,୮୬୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୨୭,୮୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୨୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୮୩ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୬ ଏବଂ ଯାଜପୁରରୁ ୨୮୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୨୦, ବାଲେଶ୍ୱର ୧୦୫, ବରଗଡ଼ ୧୭୬, ଭଦ୍ରକ ୭୪, ବଲାଙ୍ଗୀର ୭୫, ବୌଦ୍ଧ ୨୨, ଦେବଗଡ଼ ୧୨, ଢେଙ୍କାନାଳ ୭୪, ଗଜପତି ୧୪, ଗଞ୍ଜାମ ୯୧, ଜଗତସିଂହପୁର ୮୬, ଝାରସୁଗୁଡ଼ା ୧୯୯, କଳାହାଣ୍ଡି ୨୮, କନ୍ଧମାଳ ୨୫, କେନ୍ଦ୍ରାପଡ଼ା ୮୩, କେନ୍ଦୁଝର ୬୬, କୋରାପୁଟ ୮୬, ମାଲକାନଗିରି ୩୩, ମୟୂରଭଞ୍ଜ ୧୨୨, ନବରଙ୍ଗପୁର ୪୪, ନୟାଗଡ଼ ୫୭, ନୂଆପଡ଼ା ୪୮, ପୁରୀ ୨୦୦ , ରାୟଗଡ଼ା ୧୫୩, ସମ୍ବଲପୁର ୭୭ , ସୋନପୁର ୧୧୭ ଏବଂ ସୁନ୍ଦରଗଡ଼ରୁ ୯୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ରେ ପହଞ୍ଚିଥିବା ବେଳେ ୯୬,୩୬୪ ଜଣ ସୁସ୍ଥ ହୋଇଛନ୍ତି। ୩୦,୯୧୯ଜଣ ଚିକିତ୍ସିତ ହେଉଛନ୍ତି।

Share