ଆଜି ରାଜ୍ୟରେ ୧୨୮୨ ପଜିଟିଭ୍‌ ଚିହ୍ନଟ, ରେକର୍ଡ ଭାଙ୍ଗିଲା ସୁନ୍ଦରଗଡ଼

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶୁକ୍ରବାର ରାଜ୍ୟରୁ ୧୨୮୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୨୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯୨ ଏବଂ କଳାହାଣ୍ଡିରୁ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୪୯, ବାଲେଶ୍ୱର ୧୦, ବରଗଡ଼ ୮୪, ଭଦ୍ରକ ୨୪, ବଲାଙ୍ଗୀର ୪୫, କଟକ ୬୩, ଦେବଗଡ଼ ୩, ଢେଙ୍କାନାଳ , ଗଜପତି ୧, ଗଞ୍ଜାମ ୩୨, ଜଗତସିଂହପୁର ୩, ଯାଜପୁର ୨୬, ଝାରସୁଗୁଡ଼ା ୩୬, କେନ୍ଦ୍ରାପଡ଼ା ୬, କନ୍ଧମାଳ ୭, କେନ୍ଦୁଝର ୬, କୋରାପୁଟ ୮, ମୟୂରଭଞ୍ଜ ୫୨, ନବରଙ୍ଗପୁର ୨୭, ନୟାଗଡ଼ରୁ ୧୦, ନୂଆପଡ଼ା ୮୨, ପୁରୀ ୨୮, ରାୟଗଡ଼ା ୧୫, ସମ୍ବଲପୁରରୁ ୮୨ ଏବଂ ସୋନପୁରରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୪୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୮୦୮ରେ ପହଞ୍ଚିଥିବା ବେଳେ ୩,୩୮,୮୯୦ ଜଣ ସୁସ୍ଥ ହୋଇଛନ୍ତି। ୫,୯୪୧ ଜଣ ଚିକିିତ୍ସିତ ହେଉଛନ୍ତି।

Share