ସଂକ୍ରମଣରେ ଲାଗୁନି ବ୍ରେକ୍‌: ଆଜି ଚିହ୍ନଟ ହେଲେ ୧୨,୮୫୨ ଆକ୍ରାନ୍ତ; ଖୋର୍ଦ୍ଧା-କଟକରୁ ସର୍ବାଧିକ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ସତ୍ତ୍ୱେ ବେଲଗାମ ସ୍ଥିତିରେ କରୋନା। ଦୈନିକ ସଂକ୍ରମଣ ୧୦ ହଜାରରୁ କମିବାର ନା ନେଉନାହିଁ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨,୮୫୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୧୯୫ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୫୬୫୭ ଲୋକାଲ୍‌ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୯୨୩୮୨କୁ ବୃଦ୍ଧି ପାଇଛି।

ରବିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, ଖୋର୍ଦ୍ଧାରୁ ସର୍ବାଧିକ ୧୯୦୯, କଟକରୁ ୧୦୭୩, ଅନୁଗୋଳରୁ ୮୭୪, ବାଲେଶ୍ୱରରୁ ୫୦୮, ବରଗଡ଼ରୁ ୪୬୧, ଭଦ୍ରକରୁ ୧୫୧, ବଲାଙ୍ଗୀରରୁ ୨୭୪, ବୌଦ୍ଧରୁ ୩୪୭, ଦେବଗଡ଼ରୁ ୧୦୫, ଢ଼େଙ୍କାନାଳରୁ ୪୮୨, ଗଜପତିରୁ ୭୭, ଗଞ୍ଜାମରୁ ୩୪୦,ଜଗତସିଂହପୁରରୁ ୩୦୦, ଯାଜପୁରରୁ ୩୩୭, ଝାରସୁୁଗୁଡ଼ାରୁ ୩୯୯, କଳାହାଣ୍ଡିରୁ ୬୬୮, କନ୍ଧମାଳରୁ ୧୦୪, କେନ୍ଦ୍ରାପଡ଼ାରୁ ୨୮୫, କେନ୍ଦୁଝରରୁ ୧୮୦, କୋରାପୁଟରୁ ୨୭୨, ମାଲକାନଗିରିରୁ ୧୧୪, ମୟୂରଭଞ୍ଜରୁ ୫୮୬, ନବରଙ୍ଗପୁରରୁ ୩୪୪, ନୟାଗଡ଼ରୁ ୩୩୧, ନୂଆପଡ଼ାରୁ ୭୦, ପୁରୀରୁ ୪୭୨, ରାୟଗଡ଼ାରୁ ୧୯୮, ସମ୍ବଲପୁରରୁ ୩୫୫, ସୋନପୁରରୁ ୫୫, ସୁନ୍ଦରଗଡ଼ରୁ ୮୪୮ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୩୩୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ୧୧୧୮୬୨ ଆକ୍ଟିଭ୍‌ କେସ୍‌ ରହିଛି।

Share