Posted inଜାତୀୟ

୧୦ ମିନିଟ୍‌ ସ୍କୁଲ ବିଳମ୍ବରେ ଆସିବାରୁ ଶିକ୍ଷକ ଦେଲେ ଏମିତି ଦଣ୍ଡ, ଏବେ ଭେଣ୍ଟିଲେଟରରେ ଛାତ୍ର

ଫରିଦାବାଦ,୧୧।୧୧: ଫରିଦାବାଦର ବଲାଭଗଡ ସେକ୍ଟର-୧୧, ଦିଲ୍ଲୀ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଅପୂର୍ବ ଯାଦବଙ୍କୁ ସ୍କୁଲରେ ୧୦ ମିନିଟ ବିଳମ୍ବ ହେତୁ ତାଙ୍କୁ କଡ଼ା ଦଣ୍ଡ ମିଳିଛି। ସ୍କୁଲ ଶିକ୍ଷକ ତାଙ୍କୁ ଏମିତି ଦଣ୍ଡ ଦେଇଛନ୍ତି ଯେ ସେ ଏବେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରୁଛି। ସେକ୍ଟର ୮ ପୋଲିସ ଷ୍ଟେଶନରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅପୂର୍ବଙ୍କ ଦାଦା ଉମାକାନ୍ତ ଯାଦବ କହିଛନ୍ତି, ଗତ ଅକ୍ଟୋବର ୧୭ରେ ଅପୂର୍ବ ୧୦ ମିନିଟ୍‌ ବିଳମ୍ବରେ ସ୍କୁଲରେ ପହଞ୍ଚିଥିଲେ। ଏହି କାରଣରୁ ଶିକ୍ଷକ ଲୋକେଶ ତାଙ୍କୁ ପିଟିଥିଲେ। ଘରକୁ ଆସିବା ପରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା। ସେ ନଭେମ୍ବର ୨ ପର୍ଯ୍ୟନ୍ତ ସ୍କୁଲ ଯାଇ ନ ଥିଲେ। ନଭେମ୍ବର ୨ରେ ମଧ୍ୟ ୧୦ ମିନିଟ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚିବା ପରେ ଲୋକେଶ ତାଙ୍କୁ ପୁଣି ପିଟିଥିଲେ। ଏହା ପରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାକୁ ଲାଗିଲା। ଘରକୁ ଫେରିବା ପରେ ସେ ଦୁଇଥର ବୋହୋଶ ହୋଇପଡିଥିଲେ। ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସପ୍ତାହେ ବିତିଗଲାଣି, କିନ୍ତୁ ତାଙ୍କ ଚେତା ଫେରିନାହିଁ। ଛାତ୍ରଙ୍କ ସାଙ୍ଗ ଏବଂ ଅନ୍ୟ କର୍ମଚାରୀଙ୍କୁ ଏନେଇ ପଚରାଉଚରା କରାଯାଉଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଲୋକେଶଙ୍କୁ ନିଲମ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ପୁଅ ହେବ ମୁଖ୍ୟମନ୍ତ୍ରୀ: କହୁ କହୁ କହିଦେଲେ ଫଡନଭିସଙ୍କ ମା’

ନୂଆଦିଲ୍ଲୀ,୨୩।୧୧: ୨୦୨୪ ମହାରାଷ୍ଟ୍ର ନିର୍ବାଚନରେ ବମ୍ପର ବିଜୟ ହାସଲ କରିଛି ମହାୟୁତି। ବର୍ତ୍ତମାନ ପ୍ରାୟ ସ୍ପଷ୍ଟ ହୋଇଛି, ଭାଜପା ସର୍ବବୃହତ ଦଳ ଭାବରେ ଉଭା ହୋଇଛି।...

ଉତ୍ତରପ୍ରଦେଶ ଉପ ନିର୍ବାଚନ:ଏଥର ଖେଳ କରିଦେଲା…

ଲକ୍ଷ୍ନୌ,୨୩।୧୧: ଉତ୍ତରପ୍ରଦେଶରେ ଖାଲି ପଡିଥିବା ଆସନ ମଧ୍ୟରୁ ୯ ଆସନରେ ଉପ ନିର୍ବାଚନ ହୋଇଛି । ଟ୍ରେଣ୍ଡ ଅନୁସାରେ ଭାଜପା ୭ଟି ଆସନରେ ଆଗୁଆ ରହିଥିବା...

ଚମକିପଡିଲେ ସବୁ ନେତା! ଅଧା ଗଣତିରୁ ଏତେ ବଡ଼କଥା କହିଦେଲେ କଳ୍ପନା

ରାଞ୍ଚି,୨୩।୧୧: ୨୪ବର୍ଷର କେର୍ଡ ଭାଙ୍ଗିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନଡିଏକୁ ପଛରେ ପକେଇ ଆଗରେ ସୋରେନଙ୍କ ସହ ଇଣ୍ଡିଆ ମେଣ୍ଟ । ରାଜ୍ୟରେ ଇଣ୍ଡିଆ...

୨୪ବର୍ଷର ରେକର୍ଡ ଭାଙ୍ଗିଲେ ହେମନ୍ତ ସୋରେନ, ଚମକାଇଲା ଟ୍ରେଣ୍ଡ

ନୂଆଦିଲ୍ଲୀ,୨୩।୧୧: ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି। ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରେଣ୍ଡରେ,...

ବିଜୟ ମୁହାଁ ମହାୟୁତି, ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସ୍ପଷ୍ଟ କରିଦେଲେ ଫଡନ୍‌ଭିସ

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ କିଏ ହେବେ ଆଗାମୀ ମୁଖ୍ୟମନ୍ତ୍ରୀ। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସ...

ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ସଂଗ୍ରାମ ଆରମ୍ଭ: ଛପା ହେଲାଣି ପୋଷ୍ଟର

ମୁମ୍ବାଇ,୨୩।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନଫଳାଫଳ ପାଇଁ ଗଣନା ଚାଲିଛି ଏବଂ ପ୍ରାରମ୍ଭିକରେ ଭାରତୀୟ ଜନତା ପାର୍ଟି, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଦଳ) ଏବଂ...

ରାହୁଲ, ଖାର୍ଗେଙ୍କୁ ଲିଗାଲ ନୋଟିସ ପଠାଇଲେ ତାଓ୍ବଡେ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବଦିନ ମୁମ୍ବାଇର ଏକ ହୋଟେଲରେ ଭାଜପା ନେତା ବିନୋଦ ତାଓ୍ବଡେ ଭୋଟ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ କଂଗ୍ରେସ...

ଝାଡଖଣ୍ଡରେ ହେମନ୍ତ ମ୍ୟାଜିକ୍‌: ବହୁମତ ପାର୍‌ କଲା ଜେଏମ୍‌ଏମ୍‌

ରାଞ୍ଚି,୨୩।୧୧:ଝାଡଖଣ୍ଡରେ ପୁଣି ହେମନ୍ତ ସୋରେନ୍‌ଙ୍କ ମ୍ୟାଜିକ୍‌ ଦେଖିବାକୁ ମିଳିଛି। ପ୍ରାରମ୍ଭିକ ଟେଣ୍ଡରେ ଇଣ୍ଡିଆ ମେଣ୍ଟ ବହୁମତ ପାର୍‌ କରିଛି। ଏହି ମେଣ୍ଟ ୫୧ ସିଟ୍‌ରେ ଆଗୁଆ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri