Love story: 12th Failର ରିଅଲ ଯୋଡିଙ୍କ ଫଟୋ ଭାଇରାଲ

ମୁମ୍ବାଇ: ଆଇପିଏସ ଅଫିସର ମନୋଜ କୁମାର ଶର୍ମାଙ୍କ ସଂଘର୍ଷ କାହାଣୀ ‘12th fail’ ଖୁବ୍‌ ପ୍ରଶଂସା ସାଉଁଟିଛି। ବଲିଉଡରେ ଏହି ଫିଲ୍ମ ସୁପର ହିଟ୍‌ ହୋଇଛି। ତେବେ ଏହି କାହାଣୀର ରିଅଲ କ୍ୟାରେକ୍ଟର ଅର୍ଥାତ୍‌ ଆଇପିଏସ ମନୋଜ ଓ ଆଇଆରଏସ ଶ୍ରଦ୍ଧା ଜୋଶୀଙ୍କର ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆଇପିଏସ ମନୋଜ ନିଜ ସୋସିଆଲ ମିଡିଆ ଏକ୍ସରେ ତାଙ୍କର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ସ୍ତ୍ରୀଙ୍କ ସହ ନଜିର ଆସିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ବିବାହର ବହୁଦିନ ପରେ ଏହି ଫଟୋଟି ମିଳିଛି’। 12th failରେ ମନୋଜଙ୍କ ଆଇପିଏସ ହେବାର ସଂଘର୍ଷ ସହ ଶ୍ରଦ୍ଧାଙ୍କ ସହ ତାଙ୍କ କ୍ଲାସିକ ଲଭ୍‌ ଷ୍ଟୋରୀକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ମନୋଜଙ୍କ ଏହି ଫୋଟ ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହା ଖୁବ୍‌ ଭାଇରାଲ ହେଉଛି। ୟୁଜର୍ସ ଏଥିରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି।

Share