Categories: ବାଣିଜ୍ୟ

୧୨ରୁ ୪୩ତମ ରିଜିଓନାଲ କଷ୍ଟ୍‌ କନ୍‌ଫରେନ୍ସ

ଭୁବନେଶ୍ୱର,୧୨।୧:(ଅନୁରାଧା ମହାରଣା): ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କଷ୍ଟ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ(ଆଇସିଏମ୍‌ଏଆଇ)- ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ କାଉନସିଲ୍‌ ଏବଂ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୪୩ତମ ରିଜିଓନାଲ କଷ୍ଟ୍‌ କନ୍‌ଫରେନ୍ସ ଆୟୋଜିତ ହେବାକୁ ଯାଉଛି। ପୁରୀ ଜିଲା ବଳିଆପଣ୍ଡାସ୍ଥିତ ଏକ ରିସୋର୍ଟରେ ଜାନୁଆରୀ ୧୨ରୁ ୧୪ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ।

‘ରୂପାନ୍ତର: ନୂତନ ଭାରତ-ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ- ଆହ୍ବାନ ଏବଂ ସୁଯୋଗ’ ଶୀର୍ଷକ ରଖାଯାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିବା ଯୋଜନା ରହିଛି। ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସିଏମ୍‌ଏ ସୂର୍ଯ୍ୟନାରାୟଣ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ ଦେଶରୁ ପ୍ରାୟ ୫୦୦ର ଅଧିକ ପ୍ରତିନିଧି,ବ୍ୟବସାୟୀ, ଶିଳ୍ପ ଉଦ୍ୟୋଗୀମାନେ ଉପସ୍ଥିତ ରହିବେ।

ଆଇଆର୍‌ଇଡିଏ ସିଏମ୍‌ଡି ସିଏମଏ ପ୍ରଦୀପ କୁମାର ଦାସ, ଏମ୍‌ଜିଏମ ମିନେରାଲ୍ସ ଲିଃ ସିଏମ୍‌ଡି ପଙ୍କଜଲୋଚନ ମହାନ୍ତି, ଗ୍ରୀଡ୍‌କୋ ଫାଇନ୍ନ୍ସ ଏବଂ କର୍ପୋରେଟ ଆଫାୟର୍ସର ନିର୍ଦ୍ଦେଶକ ସିଏମ୍‌ଏ ଗଗନ ବିହାରୀ ସ୍ବାଇଁ, ଇଷ୍ଟର୍ନ କୋଲ୍‌ ଫିଲ୍ଡ ନିର୍ଦ୍ଦେଶକ ଆହୁତି ସ୍ବାଇଁ, ଆଇସିଏମ୍‌ଆଇର ଉପାଧ୍ୟକ୍ଷ ସିଏମ୍‌ଏ ବିଭୂତି ଭୂଷଣ ନାୟକ, କାଉନସିଲ ସଦସ୍ୟ ଡ. ଭି. ମୁରଲୀ, କାଉନସିଲ ସଦସ୍ୟ ସିଏମ୍‌ଏ ଅଭିଜିତ ଗୋସ୍ବାମୀଙ୍କ ସମେତ ଅନ୍ୟ ପରିଚାଳନା ସଦସ୍ୟମାନେ ଯୋଗଦେବେ ।

Share