Categories: ଜାତୀୟ

୫ ବର୍ଷରେ ୧୩.୫ କୋଟି ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି

ନୂଆଦିଲ୍ଲୀ,୧୮ା୭(ପି.ଟି.): ୨୦୨୧ ମାର୍ଚ୍ଚରେ ଶେଷ ହେଉଥିବା ୫ ବର୍ଷ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ବହୁବିଧ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ନୀତି ଆୟୋଗ ରିପୋର୍ଟରେ କୁହାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣ ମାନରେ ଉନ୍ନତି ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ଦାରିଦ୍ର୍ୟରେ ଦ୍ରୁତ ହ୍ରାସ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୫-୧୬ରେ ଭାରତରେ ବହୁବିଧ ଦାରିଦ୍ର୍ୟ ହାର ୨୪.୮୫ ପ୍ରତିଶତ ଥିବାବେଳେ ୨୦୧୯-୨୧ରେ ତାହା ୧୪.୯୬ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍‌ ୫ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୯.୮୯ ପ୍ରତିଶତ କମିଥିବା ଜାତୀୟ ବହୁବିଧ ଦାରିଦ୍ର୍ୟ ସୂଚକାଙ୍କର ଦ୍ୱିତୀୟ ସଂସ୍କରଣରୁ ଜଣାପଡ଼ିଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଦ୍ରୁତ ହ୍ରାସ ଘଟୁଛି। ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୩୨.୫୯ ପ୍ରତିଶତରୁ ୧୯.୨୮ ପ୍ରତିଶତକୁ ହ୍ରାସ ପାଇଥିବାବେଳେ ସହରାଞ୍ଚଳ ଦାରିଦ୍ର୍ୟ ୮.୬୫ ପ୍ରତିଶତରୁ ୫.୨୭ ପ୍ରତିଶତକୁ କମିଛି।

Share