ଏମ୍ସରେ ୧୩ ଦଲାଲଙ୍କୁ ଗିରଫ କଲା ପୋଲିସ ,ଚଢା ଦରରେ ବିକୁଥିଲେ ଟିକେଟ୍‌

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଭୁବନେଶ୍ୱର ଏମ୍ସରେ ପୋଲିସ ଶୁକ୍ରବାର ଚଢାଉ କରିଛି। ଏଥିରେ ୧୩ ଜଣ ଦଲାଲଙ୍କୁ ଗିରଫ କରିଛି। ଏହି ଦଲାଲମାନେ ରୋଗୀଙ୍କୁ ସହାୟତା ଦେବା ନାଁରେ ଟଙ୍କା ଲୁଟୁଥିଲେ। ଟିକେଟ୍‌ କାଉଣ୍ଟରରୁ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚଢା ଦରରେ ବିକ୍ରି କରୁଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ଖଣ୍ଡଗିରି ପୋଲିସ ଆଜି ଚଢାଉ କରି ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ବହୁ ଦଲାଲ ଫେରାର ହୋଇ ଯାଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି।

Share