ଆଜି ରାଜଧାନୀରୁ ୧୩ ପଜିଟିଭ୍‌ ଚିହ୍ନଟ, ପୁଣି ବଢ଼ିଲାଣି ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର,୩।୩(ବ୍ୟୁରୋ): ବୁଧବାର ରାଜଧାନୀ ଭୁବନେଶ୍ୱରରୁ ୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୨,୦୧୨ରେ ପହଞ୍ଚିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ୮ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୦୧୨ରେ ପହଞ୍ଚିଥିବା ବେଳେ ୩୧,୬୬୧ ଜଣ ସୁସ୍ଥ ହୋଇଛନ୍ତି। ୮୧ ଜଣ ଚିକିତ୍ସିତ ହେଉଛନ୍ତି। ୨୪୯ ଜଣଙ୍କ ମୃତ୍ୟୁ ଘଟିଛି।

Share