‘ଝାଡ଼ାବାନ୍ତିରେ ୧୩ ମୃତ, ୩୮୨ ଆକ୍ରାନ୍ତ’

ଭୁବନେଶ୍ୱର,୨୯।୭(ବ୍ୟୁରୋ):କାଶୀପୁରରେ ଝାଡ଼ାବାନ୍ତି ଜୀବନ ପରେ ଜୀବନ ନେଇ ଚାଲିଛି। ଏହାକୁ ନେଇ ବିଧାନସଭା ମଧ୍ୟ ହୁଲୁସ୍ତୁଲ ହେଉଛି। ତେବେ ଏହାର ସ୍ଥିତିକୁ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ଝାଡ଼ାବାନ୍ତି ସ୍ଥିତି ସ୍ଥିର ରହିଛି । ୬ଟି ଜିଲାରେ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୩୮୨ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଘଟିଛିି । ରାୟଗଡ଼ା ଜିଲାରୁ ୯ ଜଣ, ଗଜପତିରୁ ଜଣେ, ନବରଙ୍ଗପୁର ଜଣେ, ନୂଆପଡ଼ାରୁ ଜଣେ, କୋରାପୁଟ ଜିଲା ଦଶମନ୍ତପୁର ଅଞ୍ଚଳରୁ ଜଣଙ୍କର ମୃତ୍ୟୁ ଘଟିଛି। ସବୁ ସ୍ଥାନରେ ଝାଡ଼ାବାନ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏଥିରେ ଭିନ୍ନ ଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପାଣିକୁ ବିଶୋଧନ କରି ପିଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।

Share