ଭୁବନେଶ୍ୱର,୧୨।୭(ବ୍ୟୁରୋ)-ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ବଦଳିବେ। ରାଜ୍ୟରେ ନୂଆ ସଭାପତି ଖୁବ୍ଶୀଘ୍ର ଚୟନ କରାଯିବ ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏହି ରେସ୍ରେ ୧୩ଜଣ ନେତା ରହିଥିବା ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି। ସୁର କହିଛନ୍ତି ଯେ, ଖୁବ୍ଶୀଘ୍ର ପିସିସି ସଭାପତି ପଦରେ ପରିବର୍ତ୍ତନ ହୋଇପାରେ। ଉଭୟ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯାହାକୁ ଚାହିଁବେ ସିଏ ସଭାପତି ହେବେ। ଦଳର ହାଇକମାଣ୍ଡ ଦେଶବ୍ୟାପୀ ପିସିସି ପରିବର୍ତ୍ତନ ନେଇ ବିଚାର କରୁଛନ୍ତି। ଓଡିଶାରେ ଏହି ପଦ ପାଇଁ ବହୁ ପ୍ରମୁଖ ଦାବିଦାର ଅଛନ୍ତି। ସେମାନଙ୍କ ମଧ୍ୟରେ ଶରତ ରାଉତ, ଶରତ ପଟ୍ଟନାୟକ, ଭକ୍ତ ଦାସ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ ଓ ଜୟଦେବ ଜେନା ପ୍ରମୁଖ ଅଛନ୍ତି। କିନ୍ତୁ ଯୁବ ଗୋଷ୍ଠୀ ଉପରେ ବିଶେଷ ଦାୟିତ୍ୱ ଦିଆଯିବା ଉପରେ ପ୍ରାଧାନ୍ୟ ଦିଆଯିବ। ଏହି ଦୌଡରେ ସେ ନିଜେ ନ ଥିବା କହିଥିବା ବେଳେ ଯିଏ ସଭାପତି ହେବେ ତାଙ୍କ ଅଧିନରେ କାମ କରିବେ ବୋଲି ସେ କହିଛନ୍ତି।