୧୩ ଭାରତୀୟ ବଂଶୋଦ୍ଭବ ଜିତିଲେ

ଆମେରିକାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନରେ ୫ ମହିଳାଙ୍କ ସମେତ ୧୨ରୁ ଅଧିକ ଭାରତୀୟ-ଆମେରିକୀୟ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ୪ ଭାରତୀୟ-ଆମେରିକୀୟ ପୁନଃ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ଡ. ଆମି ବେରା, ପ୍ରମିଳା ଜୟପାଲ, ରୋ ଖାନ୍ନା ଏବଂ ରାଜା କ୍ରିଷ୍ଣମୂର୍ତ୍ତି। ସେହିପରି ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଶ୍ରୀ ଥାନେଦାର ମିଶିଗାନ୍‌ରୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ନିର୍ବାଚିତ ହୋଇଛନ୍ତି। ଅନ୍ୟ ୩ ଜଣ ରେସ୍‌ରେ ଥିବା ଜଣାପଡିଛି।
ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ୫ ମହିଳା ହେଲେ ଜେନିଫର ରାଜକୁମାର, ନିମା କୁଲକର୍ନୀ, କେଶ ରାମ୍‌, ବନ୍ଦନା ସ୍ଲାଟର ଏବଂ ପଦ୍ମ କୁପ୍ପା। ଜେନିଫର ନ୍ୟୁୟର୍କ ରାଜ୍ୟ ବିଧାନସଭାକୁ ଯାଇଥିବାବେଳେ ନିମା କେଣ୍ଟୁକି, କେଶ ରାମ ଭେର୍‌ମଣ୍ଟ ରାଜ୍ୟ ସିନେଟ, ବନ୍ଦନା ଓ୍ବାଶିଂଟନ ଏବଂ ପଦ୍ମା ମିଶିଗାନ ଷ୍ଟେଟ୍‌ ହାଉସ୍‌କୁ ନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନୀରଜ ଆଣ୍ଟନି ଓହିଓ ଷ୍ଟେଟ୍‌ ସିନେଟକୁ ଯାଇଥିବାବେଳେ ଜୟ ଚୌଧୁରୀ ନର୍ଥ କାରୋଲିନା ଷ୍ଟେଟ୍‌ ସିନେଟକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଅମିଶ୍‌ ଶାହା ଆରିଜୋନା ଷ୍ଟେଟ୍‌ ହାଉସକୁ, ନିକିଲ ସଭାଲ ପେନ୍‌ସିଲଭାନିଆ ଷ୍ଟେଟ୍‌ ସିନେଟକୁ, ରଣଜୀବ ପୁରୀ ମିଶିଗାନ ଷ୍ଟେଟ୍‌ ହାଉସ୍‌କୁ ଏବଂ ଜେରେମି କୁନୀ ନ୍ୟୁୟର୍କ ଷ୍ଟେଟ୍‌ ସିନେଟକୁ ନିର୍ବାଚିତ ହୋଇଛନ୍ତି। ଆଶ୍‌ କର୍ଲା କାଲିଫର୍ନିଆ ଷ୍ଟେଟ୍‌ ଆସେମ୍ବ୍ଲିକୁ କ୍ରମାଗତ ତୃତୀୟ ଥର ପାଇଁ ନିର୍ବାଚିତ ହୋଇଥିବାବେଳେ ରବି ସାଣ୍ଡିଲ ଟେକ୍ସାସ୍‌ରେ ଜିଷ୍ଟ୍ରିକ୍ଟ ଜଜ୍‌ ନିର୍ବାଚନ ଜିତିଛନ୍ତି।

Share