ନୂଆଦିଲ୍ଲୀ,୪ା୧୨: ମଣିପୁରର ଟେଙ୍ଗନୁପାଲ ଜିଲାରେ ଦୁଇ ଉଗ୍ରବାଦୀ ଗୋଷ୍ଠୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଏହି ଘଟଣା ଘଟିଥିବା ଅଧିକାରୀ କହିଛନ୍ତି।
ସେ କହିଛନ୍ତି, ମିଆଁମାର ଯାଉଥିବା ଆତଙ୍କବାଦୀମାନେ ଏହି ଅଞ୍ଚଳରେ ପ୍ରଭାବଶାଳୀ ବିଦ୍ରୋହୀଙ୍କ ଅନ୍ୟ ଏକ ଗୋଷ୍ଠୀ ଦ୍ୱାରା ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ସୁରକ୍ଷା ବାହିନୀକୁ ୧୩ ଟି ମୃତଦେହ ମିଳିଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଅଧିକାରୀ କହିଛନ୍ତି ଯେ ଏହି ଆତଙ୍କୀମାନେ ସ୍ଥାନୀୟ ବାସିନ୍ଦା ନୁହଁନ୍ତି। ଟେଙ୍ଗନୁପାଲ୍ ଜିଲା ମିଆଁମାର ସୀମାକୁ ଲାଗି ରହିଛି।
13 killed in gunfight between two groups of militants in Manipur's Tengnoupal district: Officials
— Press Trust of India (@PTI_News) December 4, 2023
ଚଳିତ ବର୍ଷ ମେ ମାସରେ ମଣିପୁରରେ ପ୍ରଥମେ ହିଂସା ଆରମ୍ଭ ହୋଇଥିଲା। ଏହାପରେ ହଜାର ହଜାର ଲୋକଙ୍କୁ ବିସ୍ଥାପିତ ହୋଇଥିଲେ ଏବଂ ୧୭୫ ଲୋକ ଜୀବନ ହରାଇଥିଲେ। ଫଳରେ ହିଂସାକୁ କାବୁରେ ଆଣିବା ପାଇଁ ମାସାଧିକାଳ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିଥିଲା। ହିଂସାରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ନିବସ୍ତ୍ର କରାଇ ରାସ୍ତାରେ ସହ ସହ ଲୋକଙ୍କ ମଧ୍ୟରେ ଚଲାଇବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାର ନିନ୍ଦା କରିବା ସହିତ ସମସ୍ତ ପୀଡ଼ିତାଙ୍କୁ ନ୍ୟାୟ ମିଇବା ନେଇ ଆଶ୍ୱାସନା ଦେଇଥିଲେ।