Categories: ଖେଳ

୧୩ ଭାରତୀୟ ବକ୍ସର ଇରାନରେ ନେବେ ପ୍ରଶିକ୍ଷଣ

ନୂଆଦିଲ୍ଲୀ,୨୯ା୮: ଏସିଆନ୍‌ ବକ୍ସିଂ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଦୀପକ କୁମାର ଭୋରିଆ(୫୧ କିଗ୍ରା) ଓ କବିନ୍ଦର ସିଂ ବିଷ୍ଟ(୫୭ କିଗ୍ରା)ଙ୍କ ନେତୃତ୍ୱରେ ଇରାନରେ ୧୩ ଜଣିଆ ଭାରତୀୟ ବକ୍ସିଂ ଦଳ ପ୍ରଶିକ୍ଷଣ ନେବ। ଭାରତ ୧୦ ଦିନିଆ ଅଭ୍ୟାସ ଶିବିର ସାଙ୍ଗକୁ ମ୍ୟାଚରେ ଅଂଶଗ୍ରହଣ କରିବ।

ଦଳରେ ଥାଇଲାଣ୍ଡ ଓପନ ସ୍ବର୍ଣ୍ଣ ପଦକ ବିଜେତା ଗୋବିନ୍ଦ କୁମାର ସାହାଣୀ(୪୮ କିଗ୍ରା), ଅନନ୍ତ ଚୋପାଡେ(୫୪ କିଗ୍ରା), ଏମ୍‌ଡି ଏଟାଶ ଖାନ୍‌(୬୦ କିଗ୍ରା), ସଚିନ୍‌(୬୭ କିଗ୍ରା), ଅମିତ କୁମାର (୭୧ କିଗ୍ରା), ନବୀନ ବୁରା(୭୫ କିଗ୍ରା), ଅର୍ଶଦୀପ(୮୦ କିଗ୍ରା), ଲକ୍ଷ୍ୟ ଚହର(୮୬ କିଗ୍ରା), ନବୀନ୍‌ କୁମାର (୯୨ କିଗ୍ରା) ଏବଂ ଟୋକିଓ ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲିଷ୍ଟ ସତୀଶ କୁମାରୀ (୯୨+ କିଗ୍ରା) ସାମିଲ ଅଛନ୍ତି। ବର୍ମିଂହାମ୍‌ ୨୦୨୨ରେ ଭାଗ ନେଇଥିବା ୮ ପୁରୁଷ ବକ୍ସର ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ନାହାନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଏହି ଖେଳାଳିଙ୍କ ଅଭ୍ୟାସ ଆରମ୍ଭ ହେବ। ୧୩ ଜଣିଆ ବକ୍ସିଂ ଦଳ ସହିତ ୪ ଜଣ ସପୋର୍ଟ ଷ୍ଟାଫ ଏହି ଗସ୍ତରେ ସାମିଲ ଅଛନ୍ତି। ଯୁବ ବକ୍ସରମାନଙ୍କୁ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଭାରତୀୟ ବକ୍ସିଂ ଫେଡେରେଶନ୍‌ ପକ୍ଷରୁ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି।

Share