୧୩ ନଥିପତ୍ର ଉଭାନ, ୮୬.୫ କୋଟିର ହିସାବ ମିଳୁନି

ଯାଜପୁର,୨୧ା୧(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ତଥା ସର୍ବାଧିକ ରାଜସ୍ବ ଆଦାୟ ହେଉଥିବା ସୁକିନ୍ଦା ବ୍ଲକରେ ବ୍ୟାପକ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି। ୨୦୨୧-୨୨ ବର୍ଷର ଲୋକାଲ ଫଣ୍ଡ ଅଡିଟ ରିପୋର୍ଟରେ ସୁକିନ୍ଦା ବ୍ଲକ ପ୍ରଶାସନର କାର୍ଯ୍ୟାଧାରାକୁ ଏକଚାଟିଆ ଓ ଅଗଣତାନ୍ତ୍ରିକ ବୋଲି ଅଭିହିତ କରାଯାଇଛି। ଏହାବାଦ୍‌ ବିଭିନ୍ନ ଟିକସ ବାବଦରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା କରିବାରେ ବିଫଳ ହୋଇଥିବା ବ୍ଲକ ପ୍ରଶାସନ ୧୩ଟି ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ଅଡିଟ୍‌ ଟିମ୍‌ ନିକଟରେ ଦାଖଲ କରିପାରିନାହିଁ। ବିଶେଷକରି ୩୧ା୩ା୨୦୨୨ ସୁଦ୍ଧା ୮୬.୫ କୋଟି ଟଙ୍କାର ହିସାବ ଦେଇ ପାରିନାହିଁ। ଅଡିଟ୍‌ ଟିମ୍‌ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଖର୍ଚ୍ଚ ଉପରେ ପ୍ରଶ୍ନ କରିଥିବାବେଳେ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ଲୋକ ପ୍ରତିନିିଧି ନିରବ ରହି ଏଭଳି ଅନିୟମିତତାକୁ ପରୋକ୍ଷରେ ସ୍ବୀକାର କରିଥିବା ମନେହୋଇଛି।
ଏହି ବ୍ଲକରେ ନଗଡ଼ା, ଗୁହିଆଶାଳ, ତୁମୁଣି ଭଳି ଆଦିବାସୀ ଅଧ୍ୟୁଷିତ ଏବଂ ଅବହେଳିତ ଅଞ୍ଚଳ ରହିଛି। ଏହାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ବ୍ଲକ ପ୍ରଶାସନର କାର୍ଯ୍ୟ ବିକାଶ ବଦଳରେ ବିନାଶ ଆଡକୁ ଗତି କରୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ୫୪୯.୮୯ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ଗଠିତ ସୁକିନ୍ଦା ବ୍ଲକରେ ୧,୪୩,୭୯୦ ଜଣ ବସବାସ କରନ୍ତି। ସେଥିମଧ୍ୟରୁ ଏସ୍‌ସି ୧୬୦୬୫, ଏସ୍‌ଟି ୫୩୫୭୧ ଓ ସାଧାରଣ ବର୍ଗର ୭୪୧୫୪ ଜଣ ରହିଛନ୍ତି। ୨୦୨୧-୨୨ ବର୍ଷର ଅଡିଟ ରିପୋର୍ଟ ସର୍ବସାଧାରଣରେ ପ୍ରକାଶ ପାଇବା ପରେ ଜଣାପଡ଼ିଛି ଯେ, ପୂର୍ବବର୍ଷର ବଳକାକୁ ମିଶାଇ ସମୁଦାୟ ୧୨୫.୫୬ କୋଟି ଟଙ୍କା ବ୍ଲକ୍‌ ପ୍ରଶାସନ ନିକଟରେ ମହଜୁଦ ରହିଥିଲା। ଅଡିଟ୍‌ ସମୟ ପର୍ଯ୍ୟନ୍ତ ୪୩.୩୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ବ୍ଲକର ଖଣି ଅଞ୍ଚଳକୁ ନେଇ ଗଠିତ ଡିଏମ୍‌ଏଫ୍‌ (ଜିଲା ଖଣିଜ ପ୍ରତିଷ୍ଠାନ)ରେ ସର୍ବାଧିକ ପାଣ୍ଠି ରହିଛି। କିନ୍ତୁ ଏହି ପାଣ୍ଠିର ଠିକ୍‌ ବିନିଯୋଗ ହୋଇ ନଥିବାରୁ ବ୍ଲକ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଏଯାଏ ବହୁ ଦୂରରେ ରହିଥିବା ଅଭିଯୋଗ ହୋଇଆସୁଛି। ବିଶେଷକରି ବ୍ଲକ ପ୍ରଶାସନର କାର୍ଯ୍ୟଧାରା ବିଭିନ୍ନ ଅନିୟମିତତାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଠିକାସଂସ୍ଥା ସହିତ ହୋଇଥିବା ଚୁକ୍ତି ରେଜିଷ୍ଟର, ଟେଣ୍ଡର ନିର୍ଦ୍ଦେଶ ରେଜିଷ୍ଟର, ଟେଣ୍ଡର ଦାଖଲ, ରେଭିନ୍ୟୁ, ଲୋନ୍‌, ସୁରକ୍ଷା, ଟ୍ୟାକ୍ସ ରିସିପ୍ଟ ଇତ୍ୟାଦି ରେଜିଷ୍ଟର କିମ୍ବା ରେକର୍ଡ ଅଡିଟ୍‌ ଟିମ୍‌ ନିକଟରେ ଦାଖଲ ହୋଇପାରିନାହିଁ। ଏହାବାଦ୍‌ ବ୍ଲକ ପ୍ରଶାସନ ପକ୍ଷରୁ ଡବଲ ଷ୍ଟାଣ୍ଡାର୍ଡ କ୍ୟାଶ୍‌ବୁକ୍‌ ପରିଚାଳନ୦ା କରାଯାଇଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି। ମାନୁଏଲ କ୍ୟାଶ୍‌ବୁକ ବ୍ୟବହାର ହେଉ ନ ଥିବାବେଳେ ଏପ୍ରକାର ବ୍ୟକ୍ତିଗତ କ୍ୟାଶ୍‌ବୁକ୍‌ ବ୍ୟବହାର କରାଯାଉଛି, ଯାହାକି ଅତି ଅନିୟମିତତା ବୋଲି କୁହାଯାଇଛି। ଏହାକୁ ସମ୍ପୃକ୍ତ ଅଧିକାରୀ ସ୍ବୀକାର କରିବା ସହ ଭବିଷ୍ୟତରେ ଉକ୍ତ ନିୟମାବଳୀର ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷେ ବ୍ଲକ ପ୍ରଶାସନ ଦ୍ୱାରା ପରିଚାଳିତ କରେଣ୍ଟ ଆକାଉଣ୍ଟରେ ୩୯.୧୪ ଲକ୍ଷ ଟଙ୍କା ପଡ଼ିରହିଛି। ବିଭିନ୍ନ ଅଧିକାରୀ ଓ କର୍ମଚାରୀମାନଙ୍କ ପାଖରେ ବର୍ଷକୁ ବର୍ଷ ମିଶାଇ ୧.୨୫ କୋଟି ଟଙ୍କା ଅଗ୍ରିମ ରହିଥିବାବେଳେ ବ୍ଲକ ପ୍ରଶାସନ ଆଡ୍‌ଜେଷ୍ଟମେଣ୍ଟ କରିବାରେ ବିଫଳ ରହିଛି। ସେହିପରି ୨୦୧୬-୧୭ ରୁ ୨୦୨୧-୨୨ ପର୍ଯ୍ୟନ୍ତ ୮୬.୦୫ କୋଟି ଟଙ୍କା ବିନିଯୋଗ ପତ୍ର ଦାଖଲ ବାକି ରହିଛି। ଫଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟପାଇଁ ପରବର୍ତ୍ତୀ ଅନୁଦାନ ପାଇବାରେ ବାଧା ସୃଷ୍ଟି ହୋଇପାରେ ବୋଲି ଅଡିଟ୍‌ ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ତେଣୁ ବିଡିଓଙ୍କୁ ତୁରନ୍ତ ୟୁସି ଦାଖଲ ପ୍ରକ୍ରିୟା ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଛି। ଏହାବାଦ୍‌ ୫୫.୪୫ ଲକ୍ଷ ଟଙ୍କାର ପିଭିସି ପାଇପ କିଣାରେ ବ୍ୟାପକ ଦୁର୍ନୀତି ହୋଇଛି। ଅନ୍ୟପକ୍ଷରେ ଆବଶ୍ୟକତାଠାରୁ ବହୁ ଗୁଣ ଅଧିକ ପେମେଣ୍ଟ କରାଯାଇଥିବା ଅଡିଟ ରିପୋର୍ଟରେ ସ୍ପଷ୍ଟ ହୋଇଛି।
ସୂଚନାଯୋଗ୍ୟ, ସୁକିନ୍ଦା ବ୍ଲକରେ ୨୦ରୁ ଉର୍ଦ୍ଧ୍ୱ ବୃହତ୍‌ କ୍ରୋମାଇଟ ଖଣି ରହିଛି। ତଥାପି ଏହି ଅଞ୍ଚଳର ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି ଭଳି ଅନେକ ମୌଳିକ ସମସ୍ୟା ଏଯାଏ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇପାରିନାହିଁ। ଅନ୍ୟପକ୍ଷରେ ବିପୁଳ କୋଟି ଅର୍ଥ ବିନିଯୋଗ କରୁଥିବା ବ୍ଲକ ପ୍ରଶାସନର ଖାମଖିଆଲି ମନୋଭାବ ଏବଂ ଆନ୍ତରିକତାର ଅଭାବ ଯୋଗୁ ଏବେ ବି ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବିକାଶ ଉପଯୁକ୍ତ ଭାବେ ପହଞ୍ଚିପାରି ନ ଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ପୁରୀ ୨୬ା୧୦(ଅଜିତ୍‌ କୁମାର ମହାନ୍ତି): ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳିଙ୍କ ପାଇଁ ପୁରୀରେ ହବିଷ୍ୟାଳି କେନ୍ଦ୍ର କରାଯାଇଛି। ୪ଟି କେନ୍ଦ୍ରରେ ହବିଷ୍ୟାଳିମାନଙ୍କ ରହିବା ନିମନ୍ତେ ପ୍ରଶାସନ...

ମୁଖ୍ୟମନ୍ତ୍ରୀ କହିଲେ ଏହି ୩ ଜିଲା ବେଶି ପ୍ରଭାବିତ, ଆଜି ରାତିରେ…

ଭୁବନେଶ୍ୱର,୨୬ା୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ସନ୍ଧ୍ୟାରେ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ବାତ୍ୟା ପରବର୍ତ୍ତୀ ସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର...

ମଣ୍ଡି ବୁଲି ସ୍ଥିତି ଦେଖିଲେ ଜିଲାପାଳ

ଅତାବିରା,୨୬ା୧୦(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ଧାନ ଅମଳ ଆରମ୍ଭ ହୋଇଛି। ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ ବୈଠକ ପରେ ଜିଲାରେ ମଣ୍ଡିଗୁଡ଼ିକରେ ଧାନ ସଂଗ୍ରହ କରାଯିବ।...

ସ୍କ୍ରବ୍‌ ଟାଇଫସ୍‌ରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ବରଗଡ଼୨୬।୧୦(ପ୍ରେମାନନ୍ଦ ଖମାରୀ): ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ, ବରଗଡ଼ ଜିଲା ପାଇକମାଲ...

ବୁଲେଟରେ ଆସି ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁର୍ବୃତ୍ତ, ଆଉ ତା’ପରେ…

ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ମୁଖ୍ୟରାସ୍ତାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ ଶାଖା କାର୍ଯ୍ୟାଳୟ ଏବଂ ଜିମ୍‌ ନିକଟରେ ଶନିବାର ସନ୍ଧ୍ୟା...

ଜମି କିଣାବିକାରେ ବଡ଼ ଧରଣର ଜାଲିଆତି: ଧରାପଡ଼ିଲେ ୩ ଅଭିଯୁକ୍ତ, ଏବେ ବି ଅନେକ ଫେରାର

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଜମି କିଣାବିକାରେ ଜାଲିଆତି କାରବାର ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ଜିଲା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ (ଡିଷ୍ଟ୍ରିକ୍ଟ ସବ୍‌ରେଜିଷ୍ଟ୍ରାର ଅଫିସ୍‌)ରେ...

ମାନବୀୟ ମୂଲ ଉପରେ ତର୍କ ଉପସ୍ଥାପନ କରି ଜିଲା ପାଇଁ ଗୌରବ ଆଣିଲେ ଅଧ୍ୟାପକ ପ୍ରତାପ ଚନ୍ଦ୍ର

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): ଭବାନୀପାଟଣା ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ...

ବଲାଙ୍ଗୀର ଡବଲ ମର୍ଡର ଘଟଣା: ମିଳିଲା ଯୁବତୀ-ଯୁବକଙ୍କ ପରିଚୟ

ବଲାଙ୍ଗୀର,୨୬ା୧୦(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତଣ୍ଡାମୁଣ୍ଡା ଜଙ୍ଗଲର ଡବଲ ମର୍ଡର ଘଟଣାରେ ଶନିବାର ମୃତ ଯୁବତୀ ଯୁବକଙ୍କ ପରିଚୟ ମିଳିଛି। ଉଭୟ ଝାଡ଼ଖଣ୍ଡ ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri