ରାଜଧାନୀରେ ମାଡୁଛି କରୋନା: ଚିହ୍ନଟ ହେଲେ ଆଉ ୧୩ ଆକ୍ରାନ୍ତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଲୋକାଲ୍‌ କେସ୍‌ ରହିଥିବା ବେଳେ ୮ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଛି। ଏହାଛଡ଼ା ୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂତନ ହୋମ୍‌ କ୍ୱାରାଣ୍ଟାଇନ୍‌ ମାମଲା ମଧ୍ୟରେ ଟଙ୍କପାଣି ରୋଡ୍‌ର ରାଜାରାଣୀ ମନ୍ଦିର ନିକଟବର୍ତ୍ତୀ ୩ଜଣ(୨୪,୩୨ ବର୍ଷୀୟ ପୁରୁଷ, ୨୮ ବର୍ଷୀୟ ମହିଳା), ବିଜୟଲକ୍ଷ୍ମୀ କଲୋନୀର ୨ଜଣ(୪୪ବର୍ଷୀୟ ପୁରୁଷ, ୩୦ ବର୍ଷୀୟ ମହିଳା), ସାମନ୍ତରାପୁର ନିକଟ ନୂଆଗାଁର ୨ଜଣ(୩୦,୩୨ ବର୍ଷୀୟ ପୁରୁଷ), ଜଣେ ୟୁନିଟ-୧ ହାଇସ୍କୁଲ ନିକଟରୁ ୨୫ ବର୍ଷୀୟ ଯୁବକ ଅଛନ୍ତି। ସେହିଭଳି ଖଣ୍ଡଗିରି ଶରଧାପାଲି ବସ୍ତିର ୨୧ ବର୍ଷୀୟ ଯୁବତୀ, ଭିମଟାଙ୍ଗୀ ରୋଡ୍‌ ପୁରୁଣା ଭୁବନେଶ୍ୱରର ୩୨ ବର୍ଷୀୟ ପୁରୁଷ, ସାଲିଆ ସାହିର ୫୫ବର୍ଷୀୟ ପୁରୁଷ(ରେଳ କର୍ମଚାରୀ), ନିଳାଦ୍ରି ବିହାର ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସର ୫୭ ବର୍ଷୀୟ ମହିଳା, ଜୟଦେବ ବିହାର ନିଳଚକ୍ର ନଗରର ୧୮ ବର୍ଷୀୟ ଯୁବତୀ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ ରହିଛନ୍ତି। ବେସରକାରୀ ଡାକ୍ତରଖାନାରେ କାମ କରୁଥିବା ୮ଜଣ ଏବଂ ଭରତପୁରର ଜଣେ ୩୬ ବର୍ଷୀୟ ପୁରୁଷ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୩୪୫କୁ ବୃଦ୍ଧି ପାଇଛି। ସେଥିରୁ ୨୦୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୯ ସକ୍ରିୟ କେସ୍‌ ରହିଛି। ସେହିଭଳି ୪ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Share