ରାଜ୍ୟରେ ଚିହ୍ନଟ ହେଲେ ୧୩ ପଜିଟିଭ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୩୨୭ ଜଣକୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟିଟ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ଜଣ କ୍ୱାରାଣ୍ଟାଇନ୍‌ରରୁ ରହିଥିବା ବେଳେ ୫ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ,ବାଲେଶ୍ୱରରୁ ୩ଜଣ ରହିଥିବା ବେଳେ ବରଗଡ଼, ବଲାଙ୍ଗୀର, କଟକ, ନୂଆପଡ଼ା ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତ ରହିଥିବା ବେଳେ ଗଜପତିରୁ ୨ ଜଣ ଷ୍ଟେଟ ପୁଲ୍‌ରୁ ଜଣେ ଆକ୍ରାନ୍ତ ରହିଛନ୍ତି ।

Share