Categories: ଜାତୀୟ

ଝାଡ଼ଖଣ୍ଡ କୋଇଲା ଖଣିରେ ଦୁର୍ଘଟଣା: ୧୩ ମୃତ

ରାଞ୍ଚି,୧ ।୨: ଝାଡଖଣ୍ଡର ଧାନବାଦ ଜିଲାରେ କୋଇଲା ଖଣିରେ ମଙ୍ଗଳବାର ଏକ ବଡ ଧରଣର ଅଘଟଣ ଘଟିଛି । ଏଠାରେ କୋଇଲା ଖଣିରେ କାମ କରୁଥିବା ସମୟରେ ଚାଲକର ଖସିି ଯିବାରୁ କେତେଜଣ ଶ୍ରମିକ ଏହାତଳେ ଚାପି ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏଥିରେ ଅତିକମରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି କେତେଜଣ ଚାପି ହୋଇ ରହିଛନ୍ତି । ହେଲେ ପୋଲିସ ଏହି ଘଟଣାରେ କିଛି କହୁନାହିଁ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ସେଠାରେ ଅବୈଧ ଭାବେ କୋଇଲା ଖଣି ଖୋଳାଯାଉଥିଲ । ଏହି ସମୟରେ କୋଇଲାରେ ଭର୍ତ୍ତି ଏକ ଚାଲକର ୨୦ ଫୁଟ ତଳକୁ ଖସି ପଡିଥିଲା । ଏହାରି ତଳେ କେତେଜଣ ଶ୍ରମିକ ଚାପି ହୋଇଯାଇଥିଲେ । ୧୩ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆହୁରି କେତେଜଣ ଚାପି ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

Share