କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ସ୍ଥାନୀୟ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ ଟି ବିଷୟରେ ପିଜି ବା ସ୍ନାତକୋତ୍ତର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି। ସବୁ ବିଭାଗରେ ୧୬ ଛାତ୍ରୀଛାତ୍ରଙ୍କ ନାମ ଲେଖା ହେବ। ସେହିପରି ଭୂତତ୍ତ୍ୱ ବିଜ୍ଞାନ ସ୍ନାତକୋତ୍ତରରେ ୮ଟି ସିଟ୍କୁ ବୃଦ୍ଧି କରାଯାଇ ୧୬ଟି ସିଟ୍ରେ ନାମ ଲେଖା ପାଇଁ ଅନୁମତି ଦିଆଯାଇଛି। ଓଡ଼ିଆ, ଇଂରାଜୀ, ନୃତତ୍ୱ, ସମାଜତତ୍ତ୍ୱ, ଶିକ୍ଷା, ଇତିହାସ, ଅର୍ଥନୀତି, ସଂସ୍କୃତ, ଗଣିତ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନରେ ୧୬ଟି ସିଟ୍ ପାଇଁ ଅନୁମତି ମିଳିଛି। ଆସନ୍ତାଶିକ୍ଷା ବର୍ଷରୁ ଛାତ୍ରୀଛାତ୍ର ନାମ ଲେଖାଇବାର ସୁଯୋଗ ପାଇବେ। ତେବେ ଏହି ମହାବିଦ୍ୟାଳୟରେ ଅଧ୍ୟାପକ ଅଭାବ ଥିବା ବେଳେ ସେ ସବୁ ପୂରଣ ନ କରି ଅଧିକ ପିଜି ଖୋଲିବା ଦ୍ବାରା ପାଠ ପଢ଼ା ବ୍ୟାହତ ହେବା ଆଶଙ୍କା ଥିବାରୁ , ପାଠପଢ଼ା ସୁପରିଚାଳନା ପାଇଁ ସ୍ଥାୟୀ ଅଧ୍ୟକ୍ଷ ଓ ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ପୁରାତନ ଛାତ୍ର ତଥା ଅଭିଭାବକମାନେ ଦାବି କରିଛନ୍ତି।