ପୁଣି ବଢ଼ିଲାଣି କରୋନା, ଘରୋଇ ହଷ୍ଟେଲର ୧୩ ଅନ୍ତେବାସୀ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୯ା୬: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ଗୁରୁବାର କଟକ ବମ୍ଫକୁଦର ଏକ ଆବାସିକ ଛାତ୍ରାବାସରୁ ୧୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ପୁଣି କରୋନା ଚିନ୍ତା ଘାରିଛି।

ହଷ୍ଟେଲର ମୋଟ୍‌ ୫୭ ଜଣଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ସମସ୍ତଙ୍କର ଆର୍‌ଟିପିସିଆର ପରୀକ୍ଷା କରାଯିବ। ତଦାରଖ ପାଇଁ ହଷ୍ଟେଲରେ ଜିଲା ଓ ମହାନଗର ନିଗମର ସ୍ବାସ୍ଥ୍ୟ ଟିମ୍‌ ପହଞ୍ଚି ଯାଞ୍ଚ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୫୭୬ରେ ପହଞ୍ଚିଥିବା ବେଳେ ୧୨,୭୯,୨୭୦ ଜଣ ସୁସ୍ଥ ହୋଇଛନ୍ତି। ୧୨୭ ଜଣ ଚିକିତ୍ସିତ ହେଉଛନ୍ତି।

Share