ସ୍କୁଲ ଖୋଲୁ ଖୋଲୁ ଭୟ: ଗାଜିଆବାଦ ପରେ ଏବେ ନୋଏଡାର ଏକ ସ୍କୁଲରେ ୧୩ ବିଦ୍ୟାର୍ଥୀ, ୩ ଶିକ୍ଷକ କରୋନା ସଂକ୍ରମିତ

ନୋଏଡା,୧୨ ।୪: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୨ ବର୍ଷ ପରେ ସ୍କୁଲ ଖୋଲିଛି । ପିଲାମାନେ ବି ସ୍କୁଲ ଯିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଇଛି । ହେଲେ ଏହାରି ଭିତରେ ପୁଣିଥରେ ଡରାଇଲାଣି କରୋନା ମହାମାରୀ । ଗାଜିଆବାଦ ପରେ ଏବେ ନୋଏଡାର ସେକ୍ଟର-୪୦ରେ ଥିବା ଖୈତାନ ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶିକ୍ଷକ ଓ ଛାତ୍ରୀଛାତ୍ର ସଂକ୍ରମିତ ହେବା ପରେ ସ୍କୁଲକୁ ୧୭ ଏପ୍ରିଲ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ସଂକ୍ରମିତଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଓ ସ୍କୁଲ କିଭଳି ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖିବ ସେ ସମ୍ପର୍କରେ ସମସ୍ତ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପଠାଇ ଦିଆଯାଇଛି । ସ୍କୁଲ ପରିସରକୁ ସାନିଟାଇଜ କରାଯିବା ସହ ଅନ୍ୟ ସୁରକ୍ଷା ଉପାୟ ଆପଣେଇବାକୁ କୁହାଯାଇଛି । ଅନ୍ୟପଟେ ସେକ୍ଟର ୩୯ରେ ଥିବା କୋଭିଡ ହସ୍ପିଟାଲ ପାଖାପାଖି ୧୦ ଦିନ ହେବ ଖାଲି ପଡିଥିବା ବେଳେ ରବିବାର ସେଠାରେ ଜଣେ ୧୨ ବର୍ଷିୟ ଛାତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।

Share