ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜର ୧୩ ଶିକ୍ଷାର୍ଥୀ, ୨ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୪: ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜରେ କରୋନା ସଂକ୍ରମଣ ପହଞ୍ଚିଛି। କଲେଜର ୧୩ ଶିକ୍ଷାର୍ଥୀ ଏବଂ ୨ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କଲେଜରେ କଡ଼ା କଟକଣା ଜାରି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ହଷ୍ଟେଲର କେତେକ ଶିକ୍ଷାର୍ଥୀ ମଧ୍ୟ ରହିଛନ୍ତି। ସେମାନେ ଡାଲହୌସି ଟୁରରେ ଯାଇଥିଲେ। ଫେରିବା ପରେ ସେମାନେ ଅସୁସ୍ଥ ହୋଇ ପଡ଼ିବାରୁ ନମୁନା ପରୀକ୍ଷା କରାଯାଇଥିଲା। ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ କଲେଜକୁ ବନ୍ଦ ରଖିବାକୁ କଲେଜ ପ୍ରଶାସନକୁ କୁହାଯାଇଛି।

Share