Categories: ଜାତୀୟ

୧୩ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି

ରାୟପୁର,୧୩।୩: ଛତିଶଗଡ଼ରେ ୧୩ ଜଣ କିନ୍ନରଙ୍କୁ ପୋଲିସ ବାହିନୀରେ ନିଯୁକ୍ତି ମିଳିଛି। ସେମାନେ କନଷ୍ଟେବଳ ଭାବେ କାର୍ଯ୍ୟ କରିବେ। ଏନେଇ ସମ୍ପୃକ୍ତ କିନ୍ନରମାନେ ରାଜ୍ୟ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ଏହା ଦ୍ୱାରା କିନ୍ନର ସମାଜର ବିକାଶ ସମ୍ଭବ ହୋଇପାରିବ। ଧୀରେଧୀରେ ଅନ୍ୟ ବିଭାଗରେ ମଧ୍ୟ କିନ୍ନରମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବାର ଆଶା ରହିଥିବା ସେମାନେ କହିଛନ୍ତି।

Share