Categories: ଜାତୀୟ

କୁକୁର ଆକ୍ରମଣରେ ନାବାଳକ ଗୁରୁତର

ଚଣ୍ଡିଗଡ଼,୩୦।୭: ପଞ୍ଜାବର ଗୁରଦାସପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ପୋଷା କୁକୁର ୧୩ ବର୍ଷର ନାବାଳକକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ଫଳରେ ନାବାଳକ ଜଣଙ୍କ ଗୁରୁତର ହୋଇପଡ଼ିଛନ୍ତି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବାଟାଲାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ, ନାବାଳକ ଜଣଙ୍କ ତାଙ୍କ ବାପାଙ୍କ ସହ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ସେତେବେଳେ କୁକୁରଟି ମାଲିକଙ୍କ ସହିତ ବାହାରେ ଠିଆ ହୋଇଥିବା ବେଳେ ଭୁକିବା ଆରମ୍ଭ କରିଥିଲା। ପରେ କୁକୁର ବନ୍ଧା ହୋଇଥିବା ଚେନ୍‌କୁ ମାଲିକ ହଠାତ୍‌ ଛାଡିଦେଇଥିଲେ। ଯାହା ଫଳରେ ବାଳକ ଉପରେ କୁକୁରଟି ଆକ୍ରମଣ କରିଥିଲା।

Share