Categories: ଜାତୀୟ

୧୩ ବର୍ଷୀୟା ଛାତ୍ରୀଙ୍କୁ ପିଅନ ବଳାତ୍କାର କରିବାରୁ ଗର୍ଭବତୀ

ଫାରୁକାବାଦ,୧ା୯: ଉତ୍ତରପ୍ରଦେଶର ଫାରୁକାବାଦସ୍ଥିତ ଏକ ସରକାରୀ ସ୍କୁଲରେ ଜଣେ ୧୩ ବର୍ଷୀୟା ଛାତ୍ରୀଙ୍କୁ ପିଅନ ବଳାତ୍କାର କରିବାରୁ ସେ ଗର୍ଭବତୀ ହୋଇଛନ୍ତି। ୫ ମାସ ପରେ ଏହି ଅପରାଧ ସାମ୍‌ନାକୁ ଆସିଛି। ଛାତ୍ରୀ ଜଣକ ଗର୍ଭବତୀ ଥିବା ପରିବାର ଲୋକେ ଜାଣିବା ପରେ ପୋଲିସକୁ ଜଣାଇଛନ୍ତି।

ପୋଲିସ ପୋକ୍‌ସୋ ଆଇନ ବଳରେ ଅଭିଯୁକ୍ତ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦାଏର କରିଛି। ପୀଡ଼ିତାଙ୍କ ମୁହଁରେ ଲୁଗା ଦେଇ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ଏ ସମ୍ପର୍କରେ ଅଭିଯୋଗ କଲେ ମାରିଦେବେ ବୋଲି ସେ ଧମକ ଦେଇଥିଲେ।

Share