ରାଜ୍ୟରେ ୧୩୦ କରୋନା ଆକ୍ରାନ୍ତ ଚିହ୍ନଟ: ଜଣେ ମୃତ

ଭୁବନେଶ୍ୱର,୨୩।୧(ବ୍ୟୁରୋ): ରାଜ୍ୟରେ ଶନିବାର ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୭୬ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୪ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୧୫୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲାରୁ ସର୍ବାଧିକ ୧୫ ଜଣ ଥିବା ବେଳେ ଅନୁଗୋଳରୁ ୧୨, ବାଲେଶ୍ୱରରୁ ୧୦, ବରଗଡ଼ରୁ ୧୩, ଭଦ୍ରକରୁ ଜଣେ, କଟକରୁ ୭, ଦେବଗଡ଼ରୁ ୪, ଢେଙ୍କାନାଳରୁ ଜଣେ ଓ ଗଞ୍ଜାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତ୍‌ସିଂହପୁରରୁ ୫, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ଜଣେ, କେନ୍ଦୁଝରରୁ ଜଣେ, ଖୋର୍ଦ୍ଧାରୁ ୬, କୋରାପୁଟରୁ ୪, ମୟୂରଭଞ୍ଜରୁ ୩ ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରୁ ୩, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୪, ସମ୍ବଲପୁରରୁ ୧୦ ଓ ସୁନ୍ଦରଗଡ଼ରୁ ୧୪ ଆକ୍ରାନ୍ତ ଅଛନ୍ତି।
ସେହପରି ରାଜ୍ୟରେ କରୋନା ଆଉ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୦୪କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତକ ଖୋର୍ଦ୍ଧା ଜିଲାର।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ ପାଣି ବିଲରେ...

ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ସିସିଟିଭି କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

କଟକ,୨୫ା୧୨ (କାର୍ତ୍ତିକ ସାହୁ): ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ସିସିଟିଭି ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଇବାକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ...

୯ ରେ ପ୍ରଧାନମନ୍ତ୍ରୀ, ୧୦ରେ ରାଷ୍ଟ୍ରପତି ଆସିବେ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଭୁବନେଶ୍ୱର ଜନତା ମଇଦାନରେ ଜାନୁଆରୀ ୮ରୁ ୧୦ ମଧ୍ୟରେ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି...

୬ ବର୍ଷର ଝିଅକୁ ଝୁଣି ମାରିଦେଲେ କୁକୁର

ବୋରିଗୁମ୍ମା, ୨୪।୧୨(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ପୁପୁଗାଁରେ ଏକ ୬ବର୍ଷର ଶିଶୁକନ୍ୟାଙ୍କୁ ବୁଲା କୁକୁରମାନେ କାମୁଡ଼ିକାମୁଡ଼ି ମାରିଦେଇଥିବା ଜଣାପଡ଼ିଛି। ମୃତକ ହେଲେ...

ଡିସେମ୍ବର ୩୦ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୪ା୧୨: ଆଗାମୀ ଡିସେମ୍ବର ୩୦ ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ...

ଇସ୍ତଫା ଦେଲେ ରଘୁବର ଦାସ, ରାଜନୀତିକୁ ପୁଣି ଫେରିବେ!

ଭୁବନେଶ୍ୱର,୨୪।୧୨: ଓଡ଼ିଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ତାଙ୍କ ସ୍ଥାନରେ ହରି ବାବୁ କମ୍ଭମପତି ନୂଆ ରାଜ୍ୟପାଳ ନିଯୁକ୍ତି ହୋଇଛନ୍ତି। ରଘୁବରଙ୍କ ଇସ୍ତଫା...

ଡା. ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ, ୨୪ା୧୨: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।...

ନିର୍ମାଣ ଶ୍ରମିକ ସହାୟତା ରାଶି ବଣ୍ଟନରେ ବିଫଳ କେନ୍ଦୁଝର ଶ୍ରମ ବିଭାଗ

କେନ୍ଦୁଝର ୨୪ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲାର ସମଗ୍ର ଜନ ସଂଖ୍ୟାର ଏକ ବୃହତ ଭାଗ ହେଉଛନ୍ତି ଶ୍ରମିକ ଆଉ ଉକ୍ତ ଶ୍ରମିକ ମାନଙ୍କ ମଧ୍ୟରୁ ସର୍ବାଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri