ଅକ୍ସିଜେନ ପାଇଁ ୧,୩୦୦ କି.ମି.

ରାଞ୍ଚତ୍, ୨୯।୪: ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ତାଙ୍କର କରୋନା ସଂକ୍ରମିତ ବନ୍ଧୁଙ୍କ ପାଇଁ ଅକ୍ସିଜେନ୍‌ ସିଲିଣ୍ଡର ଯୋଗାଡ଼ କରିବାକୁ ୨୪ ଘଣ୍ଟା ମଧ୍ୟରେ ୧,୩୦୦ କିଲୋମିଟର ଯାତ୍ରା କରିଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ରାଞ୍ଚତ୍ରୁ ଉତ୍ତରପ୍ରଦେଶର ଗାଜିଆବାଦ ଯିବାକୁ ପଡ଼ିଥିଲା। ଖବର ଅନୁଯାୟୀ ଗତ ୨୪ ତାରିଖରେ ଦେବେନ୍ଦ୍ର ଶର୍ମା ତାଙ୍କ ବନ୍ଧୁ ସଞ୍ଜୟ ସାକ୍ସେନାଠାରୁ ଫୋନ୍‌ କଲ୍‌ ପାଇଲେ ଯେ ସେମାନଙ୍କ ସାଙ୍ଗ ରାଜନ କରୋନା ସଂକ୍ରମିତ ଏବଂ ଅକ୍ସିଜେନ୍‌ର ଜରୁରୀ ଆବଶ୍ୟକତା ଅଛି। ତାଙ୍କ ପାଖରେ ଥିବା ଅକ୍ସିଜେନ୍‌ ୨୪ ଘଣ୍ଟାରେ ଶେଷ ହୋଇଯିବ। ଦିଲ୍ଲୀ-ଏନ୍‌ସିଆରରେ ମେଡିକାଲ ଅକ୍ସିଜେନ ଅଭାବ ଯୋଗୁ ରାଜନଙ୍କ ପରିବାର ଓ ସମ୍ପର୍କୀୟମାନେ ଏହା ଯୋଗାଡ଼ କରିବାରେ ସମର୍ଥ ହୋଇ ନ ଥିଲେ। ଫୋନ୍‌ କଲ୍‌ ପାଇବା ପରେ ଦେବେନ୍ଦ୍ର ମୋଟରସାଇକେଲ୍‌ରେ ପ୍ରଥମେ ବୋକାରୋ ଯାଇଥିଲେ। ସେ ଝାଡ଼ଖଣ୍ଡ ଗ୍ୟାସ୍‌ ପ୍ଲାଣ୍ଟର ମାଲିକଙ୍କ ସହ ଯୋଗାଯୋଗ କରି କୌଣସି ପ୍ରକାରେ ଅକ୍ସିଜେନ୍‌ ଯୋଗାଡ଼ କରିବା ପରେ ଗାଜିଆବାଦ ନେଇଥିଲେ।

Share