ବୋମା ମିଳିବାରୁ ୧୩ ହଜାର ସ୍ଥାନାନ୍ତର

ବର୍ଲିନ, ୮ା୧୨: ଦ୍ୱିତୀୟ ବିଶ୍ୱଯୁଦ୍ଧବେଳର ଏକ ଅଫୁଟା ବୋମା ଜର୍ମାନୀର ଫ୍ରାଙ୍କଫର୍ଟରୁ ଠାବ କରାଯାଇଛି। ଧନଜୀବନ ହାନି ଆଶଙ୍କାରେ ସେଠାକାର ପ୍ରାୟ ୧୩ ହଜାର ବାସିନ୍ଦାଙ୍କୁ ରବିବାର ଜରୁରିକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏକ କନଷ୍ଟ୍ରକଶନ ସାଇଟ୍‌ରେ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବୋମାକୁ ଠାବ କରାଯାଇଥିଲା। ଏହି ବ୍ରିଟିଶ ବୋମାର ଓଜନ ୫ ଶହ କେଜି ହେବ ବୋଲି ଜଣାପଡିଛି। ବିଶେଷଜ୍ଞମାନେ ପହଞ୍ଚି ଏହାକୁ ନିଷ୍କ୍ରିୟ କରିଥିଲେ। ସୁରକ୍ଷା ସୃଷ୍ଟିରୁ ଇଣ୍ଟରନେଟ ସହ ଜାତୀୟ ରେଳ ସେବା ପରିଚାଳିତ ହେଉଥିବା ଭିତ୍ତିଭୂମିକୁ ମଧ୍ୟ ସ୍ଥାନାନ୍ତର କରିବାକୁ ପଡିଥିଲା। ଦ୍ୱିଦୀୟ ବିଶ୍ୱଯୁଦ୍ଧ ପରଠାରୁ କ୍ରମାଗତ ଭାବେ ଜର୍ମାନୀର ବିଭିନ୍ନ କନଷ୍ଟ୍ରକଶନ ସାଇଟରୁ ବୋମା ଠାବ କରାଯାଉଛି। କେବଳ ଚଳିତ ବର୍ଷ ଜର୍ମାନୀରୁ ୨ଟି ବୋମା ମିଳିଛି।

Share