ଛତ୍ରପୁର,୨୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ଏବଂ ବର୍ଷା ହୋଇଥିଲା। ଫଳରେ ଛତ୍ରପୁର ସହର ଓ ଗ୍ରାମାଞ୍ଚଳରେ ବହୁ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଥିଲା। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ତାର ଛିଣ୍ଡି ଯାଇଥିବାରୁ ଦୀର୍ଘ ୧୫ ଘଣ୍ଟା ପରେ ରବିବାର ସକାଳେ ଛତ୍ରପୁରର ଗ୍ରାମାଞ୍ଚଳରେ ବିଦ୍ୟୁତ ସେବା ସ୍ବାଭାବିକ ହୋଇଛି। ଅପରପକ୍ଷରେ ଛତ୍ରପୁର-ନରେନ୍ଦ୍ରପୁର ମଧ୍ୟସ୍ଥଳରେ ଥିବା ୧୩୨ କେଭି ବିଦ୍ୟୁତ ଟାଓ୍ବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଧ୍ୱସ୍ତ ହୋଇଯାଇଛି।