Categories: ଜାତୀୟ

କାଟ୍ରୋସାଟ୍‌-୩ର ସଫଳ ଉତ୍‌କ୍ଷେପଣ: ମହାକାଶରୁ ସୀମା ଉପରେ ରଖିବ କଡ଼ା ନଜର

ଶ୍ରୀହରିକୋଟା,୨୭।୧୧: ଭାରତ ପୁଣି ରଚିଛି ଇତିହାସ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ବୁଧବାର ପୂର୍ବାହ୍ନ ୯ଟା ୨୮ରେ କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ କରାଯାଇଛି। ଏହା ସହିତ ଆମେରିକାର ୧୩ଟି ବ୍ୟବସାୟିକ ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ ହୋଇଛି। ଉପଗ୍ରହଗୁଡ଼ିକୁ ପିଏସ୍‌ଏଲ୍‌ଭି-୪୭-ସି ଦ୍ୱାରା ଉତ୍‌କ୍ଷେପଣ କରାଯାଇଛି। କାଟ୍ରୋସାଟ୍‌-୩ ଦ୍ୱାରା ଭାରତୀୟ ପ୍ରତିରକ୍ଷା ବିଭାଗର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏହା ସୀମାରେ ଆତଙ୍କବାଦ ଗତିବିଧି ଉପରେ କଡ଼ା ନଜର ରଖିପାରିବ। କାଟ୍ରୋସାଟ୍‌-୩ ଦ୍ୱାରା ହାତ ଘଣ୍ଟାରେ କେତେ ସମୟ ହୋଇଛି ତାହାର ଫଟୋ ମଧ୍ୟ ଉତ୍ତୋଳନ କରାଯାଇପାରିବ। ଏହା ପୃଥିବୀ ପୃଷ୍ଠରେ ଥିବା ଏକ ଫୁଟରୁ କମ୍‌ ଉଚ୍ଚତା ବିଶିଷ୍ଟ ପଦାର୍ଥର ସ୍ବଚ୍ଛ ଫଟୋ ଉତ୍ତୋଳନ କରିବାକୁ ସକ୍ଷମ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ୧୫ ଶହ କିଲୋଗ୍ରାମ୍‌ ବିଶିଷ୍ଟ ଏହି ଉପଗ୍ରହକୁ ୫୦୯ କିଲୋମିଟର ଦୂରରେ ୯୭.୫ ଡିଗ୍ରୀରେ ପୃଥିବୀର କକ୍ଷପଥରେ ସ୍ଥାପିତ ହେବ।

Share