Advertisement

୧୩୪ କୋଟିର ମାଲିକାଣୀ ବିଦ୍ୟା

ମୁମ୍ବାଇ: ନୂଆ ବର୍ଷରେ ଜନ୍ମଦିନ ପାଳିଛନ୍ତି ବଲିଉଡ୍‌ର ହଟ୍‌ ଅଭିନେତ୍ରୀ ବିଦ୍ୟା ବାଲାନ। ୧୯୭୮ ଜାନୁୟାରୀ ୧ରେ କେରଳରେ ତାଙ୍କର ଜନ୍ମ। ନିଜ ଅଭିନୟ ବଳରେ ସେ ଥରେ ରାଷ୍ଟ୍ରୀୟ ପୁରସ୍କାର ସହ ୫ ଥର ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବିଦ୍ୟାଙ୍କ ପିଲାଦିନ ବିତିଛି ବମ୍ବେରେ। ପାଠପଢ଼ା ସରିବା ପରେ ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ୨୦୧୧ରେ ଆସିଥିବା ଫିଲ୍ମ ‘ଡାର୍ଟି ପିକ୍ଚର’ ତାଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା। ଏଥିରେ ତାଙ୍କୁ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଥିଲା। ଏହାପରଠାରୁ ସେ ଅନେକ ସଫଳ ଫିଲ୍ମ ଭେଟି ଦେଇଛନ୍ତି। ଅଭିନୟରେ ବିଦ୍ୟା ଯେତିକି ସଫଳ, ସେତିକି ସେ ପାଉଣା ମଧ୍ୟ ନେଇଥାନ୍ତି। ମୋଟ ସମ୍ପତ୍ତି ଦେଖିଲେ ବିଦ୍ୟା ୧୩୪ କୋଟିର ମାଲିକାଣୀ। ଫିଲ୍ମ ସହ ଅନେକ ବିଜ୍ଞାପନରେ ସେ କାମ କରନ୍ତି। ତାଙ୍କ ପାଖରେ ୧୪ କୋଟିର ଏକ ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ୮ କୋଟିର ଫ୍ଲାଟ୍‌ ଏବଂ ଦାମୀ କାର୍‌ ମଧ୍ୟ ତାଙ୍କ ପାଖରେ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share