Categories: ଖେଳ

ଚେନ୍ନାଇ ଆଗରେ ୧୩୫ ରନ୍‌ର ବିଜୟ ଟାର୍ଗେଟ୍‌

ଚେନ୍ନାଇ,୨୧।୪: ଚେନ୍ନାଇସ୍ଥିତ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୨୯ତମ ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଏଡେନ ମାରକ୍ରମଙ୍କ ନେତୃତ୍ୱାଧୀନ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୩୪ ରନ୍‌ କରିଛି। ଫଳରେ ଚେନ୍ନାଇ ଆଗରେ ୧୩୫ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ହାଇଦ୍ରାବାଦ୍‌।

ଦଳର ଦୁଇ ଓପ୍‌ନର ହାରି ବ୍ରୁକ ଏବଂ ଅଭିଷେକ ଶର୍ମା ବ୍ୟାଟିଂ କରିବାକୁ ଆସି ପ୍ରାରମ୍ଭିକ ଷ୍ଟାର୍ଟ ଦେଇଥିଲେ। ଦଳୀୟ ସ୍କୋର ୩୫ରେ ହାରି ବ୍ରୁକ୍‌ ୧୮ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଅଭିଷେକ କିଛି ସମୟ ଧୈର୍ଯ୍ୟର ସହ ଖେଳି ୩୪ ରନ୍‌ କରିଥିଲେ। ଅଭିଷେକଙ୍କ ଆଉଟ୍‌ ପରେ ଦଳର କ୍ରମାଗତ ଉଇକେଟ ପତନ ହୋଇଥିଲା। ରାହୁଲ ତ୍ରିପାଠୀ ୨୧ ରନ୍‌ କରିଥିବା ବେଳେ ଅଧିନାୟକ ଏଡେନ ମାରକ୍ରମ ମଧ୍ୟ ୧୨ ରନ୍‌ କରି ବିଫଳ ହୋଇଥିଲେ। ହେନ୍‌ରିଚ କ୍ଲାସେନ ୧୭ ରନ୍‌ କରିଥିବା ବେଳେ ମୟଙ୍କ ଅଗ୍ରୱାଲ ୨ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଶେଷ ବେଳକୁ ମାର୍କୋ ଜନସେନ ୧୭ ରନ୍‌ କରିଥିବା ବେଳେ ୱାଶିଂଟନ ସୁନ୍ଦରଙ୍କ ୯ ରନ୍‌ ବଳରେ ହାଇଦ୍ରାବାଦ୍‌ ୧୩୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଚେନ୍ନାଇର ରବୀନ୍ଦ୍ର ଜାଡେଜା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଆକାଶ ସିଂ, ମହେଶ ଥାକଶାନା ଏବଂ ମାଥେଶା ପୃଥୀରାନା ଗୋଟିଏ ଲେଖାଏ ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ।

Share