Categories: ଖେଳ

୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରେ ଜାତୀୟ ସିନିୟର ଖେଳାଳି

କରାଚୀ,୪ା୧୨- ଆସନ୍ତାବର୍ଷ ଜାନୁୟାରୀରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଯାଉଛି ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌। ଏଥିଲାଗି ପିସିବି ପକ୍ଷରୁ ପାକିସ୍ତାନ ଦଳ ଘୋଷିତ ହୋଇଯାଇଛି। ଏଥିରେ ସ୍ଥାନ ପାଇଛନ୍ତି ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିସାରିଥିବା ନସିମ ଶାହ। ୧୬ ବର୍ଷୀୟ ପେସର ଗତମାସରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ପୂରା ମ୍ୟାଚ୍‌ରେ ମାତ୍ର ଗୋଟିଏ ଉଇକେଟ ପାଇଥିଲେ। ମାତ୍ର ତାଙ୍କ ଗତି ସଭିଙ୍କୁ ପ୍ରଭାବିତ କରିଥିଲା। ୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳରେ ତାଙ୍କ ସ୍ଥାନ ସ୍ପଷ୍ଟ କରିଛନ୍ତି ଜୁନିୟର କୋଚ୍‌ ଇଜାଜ ଅହମ୍ମଦ। ସେ ଜାତୀୟ କ୍ରିକେଟ ଏକାଡେମୀରୁ ନସିମଙ୍କୁ ଛାଡ଼ିବାକୁ ଅନୁରୋଧ କରିଛନ୍ତି। ନସିମ ଯୋଗ ଦେବା ପରେ ଏମର୍ଜିଂ ନ୍ୟାଶନାଲ୍ସ କପ ଟାଇଟଲ ଜିତିଥିବା ପାକିସ୍ତାନ ଦଳର ବୋଲିଂ ବିଭାଗର ଶକ୍ତି ବୃଦ୍ଧି ପାଇବ।

Share