Categories: ଜାତୀୟ

କରାଚି ବିମାନ ବନ୍ଦରରେ ୧୧ ଘଣ୍ଟା ଫସି ରହିଲେ ୧୩୮ ସ୍ପାଇସଜେଟ ଯାତ୍ରୀ

ମୁମ୍ବାଇ,୬ ।୭: ପାକିସ୍ତାନର କରାଚି ବିମାନ ବନ୍ଦରରେ ପ୍ରାୟ ୧୧ ଘଣ୍ଟା ଫସି ରହିଲେ ୧୩୮ ଭାରତୀୟ ବିମାନଯାତ୍ରୀ । ଶେଷରେ ଏକ ବିକଳ୍ପ ବିମାନରେ ସେମାନଙ୍କୁ ଦୁବଇ ପଠାଯାଇଛି । ସୂଚନାଯୋଗ୍ୟ, ମଙ୍ଗଳବାର ସ୍ପାଇସଜେଟର ବୋଇଂ ୭୩୭ ମ୍ୟାକ୍ସ ବିମାନରେ ଫ୍ଲୁ ଇଣ୍ଡିକେଟରରେ ତ୍ରୁଟି ଦେଖାଯିବାରୁ ମୁମ୍ବାଇରୁ ଦୁବଇ ଯାଉଥିବା ସ୍ପାଇସଜେଟର ବିମାନକୁ ପାକିସ୍ତାନର କରାଚିରେ ଅନ ସିଡ୍ୟୁଲ ଲ୍ୟାଣ୍ଡିଂ କରାଯାଇଥିଲା । ତେବେ ସେଠାରେ ଓହ୍ଲାଇଥିବା ଯାତ୍ରୀଙ୍କୁ ନେବା ଲାଗି ମୁମ୍ବାଇରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ବିମାନ କରାଚି ପଠାଯିବା ପରେ ସମସ୍ତ ୧୩୮ ଜଣ ଯାତ୍ରୀଙ୍କୁ ନେଇ ବିମାଟି ରାତିପ୍ରାୟ ୯ଟା ୨୦ରେ ଦୁବଇ ଅଭିମୁଖେ ଯାତ୍ରା କରିଥିଲା । ତେଣୁ କରାଚି ବିମାନ ବନ୍ଦରରେ ପ୍ରାୟ ୧୧ ଘଣ୍ଟା ଧରି ଫସି ରହିଥିଲେ ସମସ୍ତ ୧୩୮ ଜଣ ଯାତ୍ରୀ ।

Share