Categories: ଜାତୀୟ

୧,୩୮୦ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ…

ନୂଆଦିଲ୍ଲୀ,୧୪।୮: ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ୧.୩୮୦ ସାହସୀ ଯବାନଙ୍କୁ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ ପ୍ରଦାନ କରାଯିବ। ୬୬୨ ଜଣ ପୋଲିସ କର୍ମଚାରୀଙ୍କୁ ଗ୍ୟାଲେଣ୍ଟ୍ରି ପାଇଁ ପୋଲିସ ପଦକ, ୬୨୮ ଜଣ କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ଏବଂ ୮୮ ଜଣ କର୍ମଚାରୀଙ୍କୁ ସମ୍ମାନଜନକ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପ୍ରଦାନ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଭାତର ଚାଇନା ସୀମାରେ ମୁତୟନ ଥିବା ୨୩ ଆଇଟିବିପି ଯବାନଙ୍କୁ ମଧ୍ୟ ଗ୍ୟାଲେଣ୍ଟ୍ରି ଆଓ୍ବାର୍ଡ ପ୍ରଦାନ କରାଯିବ। ସେଥିମଧ୍ୟରୁ ୨୦ ଜଣ ଯବାନଙ୍କୁ ମେ-ଜୁନ,୨୦୨୦ରେ ପୂର୍ବ ଲଦାଖରେ ହୋଇଥିବା ସଂଘର୍ଷରେ ସାହସିକତା ପାଇଁ ସମ୍ମାନୀତ ହେବେ।

Share