Categories: ଜାତୀୟ

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରଣ ହେଲା ୧୩ ବର୍ଷ, ଗେଟୱେ ଅଫ୍ ଇଣ୍ଡିଆରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୬ ।୧୧: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ୧୩ ବର୍ଷ ପୂରଣ ହୋଇଛି । ଏହି ଆକ୍ରମଣକୁ ଭାରତ ଇତିହାସର ସବୁଠାର ଭୟଙ୍କର ଆକ୍ରମଣ କହିଲେ କିଛି ଭୁଲ ହବ ନାହିଁ । ୨୦୦୮ ମସିହା ନଭେମ୍ବର ୨୬ରେ ୧୦ ପାକିସ୍ତାନୀ ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇରେ ପହଞ୍ଚିଥିଲେ । ଏହାପରେ ସେମାନେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ଏହି ଆକ୍ରମଣରେ ୧୮ ସୁରକ୍ଷାକର୍ମୀଙ୍କ ସମେତ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆହୁରି ଅନେକ ଲୋକ ଗୁରୁତର ଆହତ ବି ହୋଇଥିଲେ । ସୂଚନାଯୋଗ୍ୟ, ଶୁକ୍ରବାର ଏହି ଆକ୍ରମଣକୁ ୧୩ ବର୍ଷ ପୂରଣ ହେଉଥିବା ବେଳେ ମୁମ୍ବାଇ ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ଥିବା ଶହୀଦ ସ୍ମାରକରେ ସକାଳ ୯ଟାରେ ଶଡୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହାସହ ୧୦ଟା ୪୫ରେ ଗେଟୱେ ଅଫ ଇଣ୍ଡିଆରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦିଲିପ ବସଲେ ପାଟିଲ ଓ ଅନ୍ୟ କେତେଜଣ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share