Categories: ଜାତୀୟ

ମାସେ ମଧ୍ୟରେ ୧୪.୨୬ ଲକ୍ଷ ଭାରତୀୟ ହ୍ବାଟସ୍‌ଆପ୍‌ ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ, ୩।୪ : ମେସେଜିଂ ପ୍ଲାଟଫର୍ମ ହ୍ବାଟସ୍‌ଆପ ପକ୍ଷରୁ ପ୍ରକାଶିତ ଏକ ମାସିକ ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ହ୍ବାଟସ୍‌ଆପ ୧୪.୨୬ ଲକ୍ଷ ଭାରତୀୟ ଆକାଉଣ୍ଟକୁ ବନ୍ଦ କରିଛି। ଏସବୁ ଅକାଉଣ୍ଟ୍‌ଗୁଡ଼ିକ ବିରୋଧରେ ଅଭିଯୋଗ ଅଣାଯାଇଥିଲା।

ଫେବୃଆରୀ ୧ ରୁ ଫେବୃଆରୀ ୨୮ ମଧ୍ୟରେ ୩୩୫ ଅଭିଯୋଗ ରିପୋର୍ଟ ଗ୍ରହଣ କରାଯାଇଥିଲା ଏବଂ ୨୧ ଟି ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଗ୍ରହଣ କରାଯାଇଥିବା ମୋଟ ରିପୋର୍ଟଗୁଡିକ ମଧ୍ୟରୁ ୧୯୪ ଟି ନିଷେଧ ଆବେଦନ ସହିତ ଜଡିତ ଥିବାବେଳେ ଅନ୍ୟଗୁଡ଼ିକ ଆକାଉଣ୍ଟ ସପୋର୍ଟ, ଉତ୍ପାଦ ସମର୍ଥନ ଏବଂ ନିରାପତ୍ତା ବର୍ଗରେ ଥିଲା।

ରିପୋର୍ଟରେ କୁହାଯାଇଛି, ଗ୍ରହଣ କରାଯାଇଥିବା ସମସ୍ତ ଅଭିଯୋଗର ଜବାବ ହ୍ବାଟସ୍‌ଆପ ଦେଇଥାଏ। ଯେଉଁ କ୍ଷେତ୍ରରେ ଏକ ଅଭିଯୋଗ ପୂର୍ବ ଟିକେଟର ନକଲ ବୋଲି ଜଣାପଡ଼େ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ହ୍ବାଟସ୍‌ଆପ ଦ୍ୱାରା ବନ୍ଦ ହୋଇଥିବା ଭାରତୀୟ ଆକାଉଣ୍ଟ ଗୁଡ଼ିକୁ +୯୧ ଫୋନ ନମ୍ବର ମାଧ୍ୟମରେ ଚିହ୍ନଟ କରାଯାଇଥିଲା।

ମୁଖପାତ୍ର କହିଛନ୍ତି ଯେ ହ୍ବାଟସ୍‌ଆପ କ୍ରମାଗତ ଭାବରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ)ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ, ଡାଟା ବୈଜ୍ଞାନିକ ଏବଂ ବିଶେଷଜ୍ଞ ତଥା ପ୍ରକ୍ରିୟାରେ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରୟୋଗ କରିଥାଏ। ୟୁଜରଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥାଏ।

Share