୧୪ ଲକ୍ଷ ୨୯ ହଜାର ଜାଲନୋଟ୍‌ ଜବତ

ବରପାଲି,୭।୭(ଡି.ଏନ.ଏ.): ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ) ବରଗଡ଼ ଜିଲା ପୋଲିସ ସହାୟତାରେ ଗୁରୁବାର ଅନ୍ତଃରାଜ୍ୟ ଜାଲନୋଟ୍‌ କାରବାର ର଼୍ୟାକେଟ୍‌ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ଉତ୍ତରପ୍ରଦେଶ ରାଜ୍ୟ ଗୋରଖପୁର ଜିଲା କେଶରାହ ଥାନା ପରାୱାରୀ ଗ୍ରାମର ମୂଳ ବାସିନ୍ଦା ତଥା ବର୍ତ୍ତମାନ ସମ୍ବଲପୁର ଜିଲା ବୁର୍ଲାଥାନା କଟାପାଲି ନିକଟ ସିକିର୍ଡ଼ି ଗ୍ରାମରେ ରହୁଥିବା ପଟ୍ଟୁ ଯାଦବ(୫୩) ଏବଂ ବରଗଡ଼ ଜିଲା ବରପାଲି ମହତ୍ତମ ପଡ଼ାର ବଲରାମ ମେହେର(୪୫) । ସେମାନଙ୍କ ପାଖରୁ ୧୪ ଲକ୍ଷ ୨୯ ହଜାର ୫୦୦ଟଙ୍କାର ଜାଲ୍‌ନୋଟ୍‌, ୨ଟି ମୋବାଇଲ ଏବଂ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ଏ ନେଇ ବରପାଲି ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୮୯(ଏ), ୪୮୯(ବି), ୪୮୯(ସି), ୪୮୦(ଡି), ୧୨୦(ବି) ଆଇପିସିରେ ଏକ ମାମଲା ରୁଜୁ ହୋଇଛି ।

ପ୍ରକାଶ ଯେ, ଜାଲନୋଟ୍‌ କାରବାର ନେଇ କୌଣସି ସୂତ୍ରରୁ ସୂଚନା ପାଇଁ ଭୋର୍‌ ୩ଟାରେ ଏସ୍‌ଟିଏଫ ଏବଂ ବରଗଡ଼ ଜିଲା ପୋଲିସ ଚଢାଉ କରି ଅଭିଯୁକ୍ତ ବଲରାମଙ୍କୁ ବରଗଡ଼-ବରପାଲି ମଧ୍ୟରେ ଜାତୀୟ ରାଜପଥ କଡ଼େ ରହିଥିବା ବହିଆପଦର ନିକଟ ଫଲସା ତଲିୟାନ ମନ୍ଦିର ପାଖରୁ ଗିରଫ କରିଥିଲା । ସେତେବେଳେ ବଲରାମଙ୍କ ପାଖରୁ ଏକ ବ୍ୟାଗରେ ୧୨ଲକ୍ଷ ୯୭ ହଜାର ଟଙ୍କା ଜବତ ହୋଇଥିଲା । ତାଙ୍କୁ ଜେରା କରି ଅନ୍ୟ ଅଭିଯୁକ୍ତ ପଟ୍ଟୁଙ୍କୁ ସିକିର୍ଡି ଗ୍ରାମରୁ ଗିରଫ କରାଯାଇଥିଲା । ତାଙ୍କ ପାଖରୁ ୧ଲକ୍ଷ ୩୨ହଜାର ୫୦୦ ଟଙ୍କା ଜାଲ ନୋଟ୍‌ ଜବତ ହୋଇଥିଲା । ସବୁ ଜାଲନୋଟ୍‌ ୫୦୦ ଟଙ୍କିଆ ଥିଲା । ସେହିପରି ବଲରାମଙ୍କଠାରୁ ଜାଲନୋଟ୍‌ ପ୍ରସ୍ତୁତିରେ ବ୍ୟବହୃତ କଲର ପ୍ରିଣ୍ଟର ଆଦି ଜବତ କରାଯାଇଥିଲା ।

ଅଭିଯୁକ୍ତ ବଲରାମ ଦୀର୍ଘଦିନରୁ ଜାଲନୋଟ୍‌ କାରବାର ଚଲାଇ ଆସୁଥିଲେ। ଏବଂ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଅପରପକ୍ଷେ ଅନ୍ୟ ଅଭିଯୁକ୍ତ ପଟ୍ଟୁ ଉତ୍ତରପ୍ରଦେଶ ରାଜ୍ୟର ମୂଳ ବାସିନ୍ଦା । ଫଳରେ ଏହି କାରବାରର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି । ପୋଲିସ ଏ ନେଇ ଅଧିକ ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ...

ଜାଣନ୍ତୁ ନବୀନଙ୍କୁ ଭେଟି କ’ଣ କହିଲେ ମନ୍ମମଥଙ୍କ ପତ୍ନୀ

ଭୁବନେଶ୍ୱର,୧୧।୩: ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି...

୧୧ ବର୍ଷରେ ୩୮ ହାତେଇଛନ୍ତି ଜିଏ ପ୍ଲଟ

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ଗତ ୧୧ବର୍ଷ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ୩୮ ଜଣଙ୍କୁ ଜିଏ ପ୍ଲଟ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ୧୩ଜଣ ବ୍ୟକ୍ତିବିଶେଷ ରହିଥିବାବେଳେ ୨୫ ଅନୁଷ୍ଠାନ...

ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବର ଆଜି ଯାଞ୍ଚ

ଯାଜପୁରରୋଡ୍‌,୧୧ା୩(ପବିତ୍ର ରଞ୍ଜନ ମହାନ୍ତି):ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଜିଲାପାଳଙ୍କ ନିକଟରେ ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବର ଯାଞ୍ଚ ପାଇଁ ନିର୍ଦ୍ଦେଶ ହୋଇଛି। ଯାଜପୁର...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ଗୋ ଚାଲାଣକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର: ୨ ଅପରାଧୀ ଆହତ

ସମ୍ବଲପୁର,୧୧।୩(ପ୍ରମୋଦ ବହିଦାର): ସମ୍ବଲପୁରର ସିଟି ଷ୍ଟେସନ ନିକଟରେ ପୋଲିସ ଓ ଗୋରୁ ଚୋରା ଚାଲାଣକାରୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଗୋରୁ ଚୋରା ଚାଲାଣକରୀଙ୍କ...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri