Categories: ବାଣିଜ୍ୟ

ଜାନୁଆରୀ ସୁଦ୍ଧା ୧୪.୭୦ ଟ୍ରିଲିୟନ ଟିକସ ଆଦାୟ, ପ୍ରତ୍ୟକ୍ଷ ଟିକସ ଆୟରେ ୧୯% ବୃଦ୍ଧି

ନୂଆଦିଲ୍ଲୀ,୧୨।୧: କ୍ରମାଗତ ଭାବେ ଦେଶର ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଆୟରେ ଅଭିବୃଦ୍ଧି ଘଟୁଛି। ଏପରିକି ଚଳିତ ଆର୍ଥିକ ବର୍ଷର ଜାନୁଆରୀ ୧୦ ସୁଦ୍ଧା ଆଦାୟ ହୋଇଥିବା ଟିକସ ପରିମାଣ ୧୪.୭୦ ଟ୍ରିଲିୟନରେ ପହଞ୍ଚତ୍ଛି। ୨୦୨୨-୨୩ ଆର୍ଥିକ ବର୍ଷର ସମାନ ଅବଧି ମଧ୍ୟରେ ସଂଗୃହୀତ ଟିକସ ପରିମାଣ ତୁଳନାରେ ଚଳିତ ଆର୍ଥିକ ବର୍ଷର ଟିକସ ପରିମାଣ ମୋଟ ୧୯.୪୧ % ବୃଦ୍ଧି ପାଇଛି ବୋଲି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସସେ (ସିବିଡିଟି) ପକ୍ଷରୁ ଗୁରୁବାର ଏ ନେଇ ବିସ୍ତୃତ ସୂଚନା ଦିଆଯାଇଛି।

ଅପରପକ୍ଷରେ ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ସରକାର ପ୍ରତ୍ୟକ୍ଷ ଟିକସରୁ ୧୮.୨୩ ଲକ୍ଷ କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷରେ ସରକାର ୧୬.୬୧ ଲକ୍ଷ କୋଟି ଟଙ୍କା ପାଇଥିଲେ। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଆକଳନ ୯.୭୫% ଅଧିକ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ୨୦୨୪ ଫେବୃଆରୀରେ କେନ୍ଦ୍ର ସରକାରଙ୍କର ଅନ୍ତରୀଣ ବଜେଟ ଉପସ୍ଥାପନ ପୂର୍ବରୁ ସରକାରଙ୍କୁ ଏହି ସଫଳତା ମିଳିଛି। ସାମଗ୍ରିକ ଭାବେ ଚଳିତ ଆର୍ଥିକ ବର୍ଷ ସରକାରୀ ରାଜକୋଷକୁ ଟିକସ ସଂଗ୍ରହ ଆୟ କ୍ରମାଗତ ଭାବେ ବୃଦ୍ଧି ପାଉଛି।

Share