କ୍ୟୁଆର୍‌ କୋଡ୍‌ ଚଞ୍ଚକତା କରି ୧୪ କୋଟି ଠକେଇ

ଭୁବନେଶ୍ୱର,୯।୭(ସୂର୍ଯ୍ୟକାନ୍ତ ବେହେରା)ଏକ କମ୍ପାନୀର କ୍ୟୁଆର୍‌ କୋଡ୍‌କୁ ଚଞ୍ଚକତା କରି ୧୪ କୋଟି ଟଙ୍କା ଠକିନେବା ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଉତ୍ତର ପ୍ରଦେଶ ନୋଏଡାର କରଣ କୁମାର ସିଂହଙ୍କୁ ଗିରଫ କରିବାରେ ସଫଳ ହୋଇଛି। କରଣ ହେଉଛନ୍ତି ପେ’ ୱାନ୍‌ ଡିଜିଟାଲ ସର୍ଭିସେସ୍‌ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶକ। ଗିରଫ ପରେ ତାଙ୍କୁ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। କୋର୍ଟଙ୍କ ଅନୁମତିକ୍ରମେ ଅଭିଯୁକ୍ତ କରଣଙ୍କୁ ୩ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଓଡ଼ିଶା ଆଣି କଟକ ଓପିଆଇଡି କୋର୍ଟରେ ହାଜର କରିବ ଇଓଡବ୍ଲ୍ୟୁ। ତେବେ ଏଭଳି ତରିକାରେ ଠକେଇ ସାଧାରଣତଃ କମ୍‌ ଦେଖାଯାଇଥାଏ। ଏହି ଠକେଇର ଶିକାର ହୋଇଛି ଭୁବନେଶ୍ୱରରେ ଥିବା ‘ଆଇ ସର୍ଭ ୟୁ’ ନାମକ ଏକ ଘରୋଇ ସଂସ୍ଥା। କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ପରିଡ଼ାଙ୍କ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଇଓଡବ୍ଲ୍ୟୁର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଚଳିତ ବର୍ଷ ଏପ୍ରିଲ-ମେ’ରେ ନୋଏଡାସ୍ଥିତ ପେ’ ୱାନ୍‌ ଡିଜିଟାଲ ସର୍ଭିସେସ୍‌ ସଂସ୍ଥା ସହିତ ‘ଆଇ ସର୍ଭ ୟୁ’ର ଏକ ଟେକ୍ନୋଲୋଜି ଇଣ୍ଟିଗ୍ରେଶନ ଚୁକ୍ତି ହୋଇଥିଲା। ସଂସ୍ଥାର ନିର୍ଦ୍ଦେଶକ ଅଭିଯୁକ୍ତ କରଣ ଓ ତାଙ୍କ ଭାଇ ଲାଲୁ ସିଂହଙ୍କ ସହ ଏହି ଚୁକ୍ତି ହୋଇଥିଲା। ଉକ୍ତ କମ୍ପାନୀ ଡିଜିଟାଲ ପେମେଣ୍ଟ ସେବା ଯୋଗାଇ ଦେଇଥାଏ। ଚୁକ୍ତି ଅନୁସାରେ ବ୍ୟବସାୟିକ ଉପଯୋଗ ପାଇଁ ଉକ୍ତ କମ୍ପାନୀକୁ ‘ଆଇ ସର୍ଭ ୟୁ’ ପକ୍ଷରୁ ୟୁପିଆଇ ଏପିଆଇ ଯୋଗାଇ ଦିଆଯାଇଥିଲା। ଗତ ଜୁନ୍‌ ୬ରେ ଅଭିଯୋଗକାରୀ ତଥା କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ପରିଡ଼ା ଜାଣିବାକୁ ପାଇଥିଲେ ଯେ ଏକ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଅସ୍ବାଭାବିକ ଭାବେ ହ୍ରାସ ପାଇଛି। ଖୋଳତାଡ଼ କରିବା ପରେ ଜଣାପଡିଥିଲା ଯେ, କରଣ ଓ ଲାଲୁ ‘ଆଇ ସର୍ଭ ୟୁ’ର କ୍ୟୁଆର କୋଡ୍‌ରେ ଚଞ୍ଚକତା କରି ୧୪.୩୩ କୋଟି ଟଙ୍କା ହଡ଼ପ କରି ନେଇଛନ୍ତି। ଉକ୍ତ ଟଙ୍କାକୁ ସେମାନେ ଭିନ୍ନ ଭିନ୍ନ ୧୨୫ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି। ଏହା ଜଣାପଡିବା ପରେ ସଞ୍ଜୀବ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏବେ ମୁଖ୍ୟ ଅଭିଯୁକ୍ତ କରଣଙ୍କୁ ଗିରଫ କରିଥିବାବେଳେ ଭାଇ ଲାଲୁଙ୍କୁ ଖୋଜୁଛି। ଟେକ୍ନୋଲୋଜି ସହାୟତା ନେଇ ହୋଇଥିବା ଏହି ଠକେଇରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି। ପୂର୍ବରୁ ଏଭଳି ମାମଲା ସାମ୍ନାକୁ ଆସି ନ ଥିବାରୁ ଇଓଡବ୍ଲ୍ୟୁ ମାମଲାଟିର ଠିକ ତଦନ୍ତ ପାଇଁ ବିଶେଷଜ୍ଞଙ୍କ ସହାୟତା ନେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ-ବାଇକ୍‌ ଧକ୍କା: ଚାଲିଗଲା ବାପ-ପୁଅଙ୍କ ଜୀବନ, ମା’ ଗୁରୁତର

ଗୋପାଳପୁର, ୨୨।୯(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଭାଲିଆଗାଡ଼ ନିକଟରେ ରବିବାର ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ...

ପୁରୁଷୋତ୍ତମପୁରରେ ବୁଲିଲା ଖଣ୍ଡା: ଭାଜପା କର୍ମୀଙ୍କୁ….

ପୁରୁଷୋତ୍ତମପୁର,୨୨।୯(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରାଜନୈତିକ କାରଣକୁ ନେଇ ରବିବାର ଗୋଷ୍ଠୀ ସଂଘର୍ସ ଘଟିଛି। ଏଥିରେ ଉଭୟ ପକ୍ଷରୁ ଦୁଇଜଣ ଆହାତ ହୋଇଛନ୍ତି। ଆହାତମାନେ...

ଶ୍ୱଶୁରଙ୍କୁ ହତ୍ୟା କଲେ ଜ୍ବାଇଁ : ସ୍ତ୍ରୀ, ଶାଶୁ ଗୁରୁତର

ଲକ୍ଷ୍ମୀପୁର,୨୨ା୯(ଅନନ୍ତ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ସଦର ରେଲୱେ କଲୋନୀ ନିକଟ ଆମ୍ବଗୁଡ଼ା ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଶ୍ୱଶୁରଙ୍କୁ ଲୁହା ରଡ୍‌ରେ ପିଟି...

୪ ଘଣ୍ଟାରେ ଖାଇଗଲେ ୨ କୁଇଣ୍ଟାଲ ଚିକେନ ପକୋଡ଼ା

ପୁରୀ,୨୨।୯: ରାଜ୍ୟରେ ଏବେ ବି ରହିଛି ବାର୍ଡଫ୍ଲୁ ଆତଙ୍କ। ଖାସ୍‌ କରି ପୁରୀ ଜିଲାରେ ବାର୍ଡଫ୍ଲୁକୁ ନେଇ ସରକାରଙ୍କ ପକ୍ଷରୁ ସଚେତନତା ଜାରି ରହିଛି। ଏଭଳିସ୍ଥିତିରେ...

ଶେଷ ହେଲା ରତ୍ନଭଣ୍ଡାର ସର୍ଭେକ୍ଷଣ,ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୨୨।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେକ୍ଷଣ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବୈଜ୍ଞାନିକ ଆନନ୍ଦ କିଶୋର ପାଣ୍ଡେଙ୍କ ନେତୃତ୍ୱରେ ସର୍ଭେ...

ଜନ୍ମମାଟିରୁ ୧୦୦ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୨।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରୁ ଲୋକଙ୍କ ସରକାରର ୧୦୦ ଦିନର ସଫଳତାର ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ...

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି: ବାତିଲ ହେଲା ମୟୂରଭଞ୍ଜ କାର୍ଯ୍ୟକ୍ରମ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ...

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri