ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪ ଦିନିଆ ଲକ୍‌ଡାଉନ୍‌ ସୋମବାର ଘୋଷଣା କରାଯାଇଛି। ମଙ୍ଗଳବାର ରାତ୍ର ୯ଟାଠାରୁ ରାଜ୍ୟରେ ଲକ୍‌ଡାଉନ୍‌ ଜାରି କରାଯିବ। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ୪ ଘଣ୍ଟା ପାଇଁ ସକାଳ ୬ରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହା ସହିତ ଜରୁରୀକାଳୀନ ସେବା ପୂର୍ବପରି ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଦେଶରେ କରୋନା ପ୍ରଭାବିତ ରାଜ୍ୟ ମଧ୍ୟରେ କର୍ନାଟକ ତୃତୀୟ ସ୍ଥାନରେ ରହିଛି। ଇତିମଧ୍ୟରେ ରାଜ୍ୟରେ ୧୪ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଲାଣି।

Share