ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

କେନ୍ଦୁଝର,୨୬।୪(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛି। ଏଠାରୁ ଆସୁଥିବା ଲୋକ ୧୪ ଦିନ ଅନୁଷ୍ଠାନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ସରପଞ୍ଚ ଓ ଓ୍ବାଡମେମ୍ବର ତଥା ସାମାଜିକ କର୍ମୀମାନେ ସଚେତନତା ସୃଷ୍ଟି କରିବା ସହ ବାହାରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ବିଡିଓଙ୍କୁ ଜଣାଇବେ। ଦିତୀୟ ଟିକା ନେଇଥିବା ବା ୪୮ ଘଣ୍ଟାର ନେଗେଟିଭ ଟେଷ୍ଟ ରିପୋର୍ଟ ଦେଲେ ଘରେ କ୍ୱାରାଣ୍ଟାଇନ୍‌ରେ ରହି ପାରିବେ। ନ ମାନିଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫, ମହାମାରୀ ରୋଗ ଆଇନ ୧୮୯୭ ଓ ଆଇପିସି ର ଧାରା ୧୧୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲାପାଳ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

Share