Categories: ଜାତୀୟ

ସିକିମରେ ବାଦଲଫଟା ବର୍ଷା: ୧୦୨ନିଖୋଜ, ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା

ଗାଙ୍ଗଟକ,୫।୧୦: ଉତ୍ତର ସିକିମର ଲୋନାକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହଠାତ୍‌ ବନ୍ୟା ପାଣି ମାଡି ଆସିବାରୁ ୧୪ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଖର ବନ୍ୟା ସ୍ରୋତରେ ଭାସିଯାଇ ୨୨ଜଣ ଯବାନଙ୍କ ସମେତ ୧୦୨ଜଣ ନିଖୋଜ ଅଛନ୍ତି। ତେବେ ଘଟଣାସ୍ଥଳରେ ଫଶି ରହିଥିବା ପର୍ଯ୍ୟଟକମାନଙ୍କୁ ଏୟାରଲିଫ୍ଟ କରିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭାରତ ସରକାରଙ୍କ କ୍ୟାବିନେଟ ସଚିବ ରାଜୀବ ଗୌବା ଏହି ସୂଚନା ଦେଇଛନ୍ତି। ଏଠାରେ ପ୍ରାୟ ତିନି ହଜାର ପର୍ଯ୍ୟଟକ ଫଶି ରହିଛନ୍ତି। ତିନୋଟି ଅତିରିକ୍ତ ପ୍ଲାଟୁନ ଏନଡିଆରଏଫ ସହାୟତା ପାଇଁ ପଠାଯାଉଛି। ସେମାନଙ୍କୁ ଚୁଙ୍ଗଥାଙ୍ଗ, ରଙ୍ଗପୋ ଏବଂ ସିଙ୍ଗଟାମରେ ନିୟୋଜିତ କରାଯିବା। ଏୟାର ରୁଟ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବା ନେଇ ରାଜୀବ ସ୍ପଷ୍ଟ କରିଛନ୍ତି।

Share