ସମ୍ବଲପୁର,୧୪ା୯(ଶୁଭାଶିଷ ପାଢ଼ୀ): ହୀରାକୁଦର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଡ୍ୟାମ୍କୁ ଜଳପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୨୮.୫୮ଫୁଟ୍ରେ ପହଞ୍ଚିଛି। ଜଳସ୍ତର ବୃଦ୍ଧି ଯୋଗୁ ଗେଟ୍ ଖୋଲିବା ସଂଖ୍ୟା ବୃଦ୍ଧି ହୋଇ ୧୪ ଗେଟ୍ ଦେଇ ଗୁରୁବାର ବନ୍ୟାଜଳ ନିଷ୍କାସନ ହେଉଛି। ଶୁକ୍ରବାର ଜଳପ୍ରବେଶ ପରିମାଣକୁ ଦେଖି ଗେଟ୍ ସଂଖ୍ୟା ବୃଦ୍ଧି କରାଯାଇପାରେ ବୋଲି ଡ୍ୟାମ୍ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି।