ନୂଆପଡ଼ା ଜିଲାର ଗୋଟିଏ ଗାଁରୁ ୧୪ ଚିହ୍ନଟ

ନୂଆପଡ଼ା,୨୮।୩: ନୂଆପଡ଼ା ଜିଲାରେ ଦିନକୁ ଦିନ କରୋନା ଉଗ୍ରରୁପ ଦେଖାଉଛି। ଜିଲାର କୋମନା ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ତୁକୁଲାପଡ଼ା ଗ୍ରାମରୁ ରବିବାର ୧୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ସିନାପାଲିରୁ ୪, ଖଡିଆଳରୁ ୩, ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରୁ ୨, ଖରିଆରରୋଡରୁ ୬ଜଣଙ୍କୁ ମିଶାଇ ଗୋଟିଏ ଦିନରେ ୨୯ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ତାରିଖରେ ସିନାପାଲି ବ୍ଳକ ବ୍ରାହ୍ମଣପଡା ଗ୍ରାମର ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Share